STORYMIRROR

Dr Simant Kumar Nanda

Inspirational

3  

Dr Simant Kumar Nanda

Inspirational

ମାଟି ମାଆ

ମାଟି ମାଆ

1 min
165

ସ୍ଥାବର ଜଙ୍ଗମ ନଦ ନଦୀ ହ୍ରଦ

ସବୁତ ପ୍ରକୃତି ଦାନ 

ପ୍ରକୃତି ମା' ର କୋଳରେ ସଭିଏଁ 

ପାଇ ଅଛେ ଆତ୍ମଜ୍ଞାନ।


ଜୀବନ ଯୌବନ ପ୍ରୌଢ଼ ବାର୍ଦ୍ଧକ୍ୟ

ତାର ଅଗଣାରେ ଘଟେ 

ମରଣ ଜନମ ଲୀଳା ଖେଳା ସବୁ

ନିଜେ ପ୍ରକୃତି ହିଁ ରଟେ ।


ଶାବର ଶ୍ରୀକ୍ଷେତ୍ର କୋରାପୁଟ ମାଟି 

ପ୍ରକୃତିର ଗନ୍ତାଘର 

ବଣ ପାହାଡ ଓ ସବୁଜିମା ଭରା 

ମାଟି ମାଆ ସନ୍ତାନପୁର ।


କ୍ଷୁର୍ଣ୍ଣ ହେବା ପାଇଁ ଦେବା ନାହିଁ କେବେ 

ଅଶେଷ ଗୂଢ଼ ସମ୍ପଦ 

ମାଆକୁ କଷଣ ପ୍ରକୃତି ଶୋଷଣ

ଘଟିବ ଘୋର ବିପଦ।


ମାଟି ମାଆ ପାଇଁ ଆମେ ଲଢ଼ିବା

ଇଞ୍ଚେ ଭୂମି କେବେ କା'ରେ ନ ଦେବା

ପ୍ରକୃତି ମାଆକୁ ହୃଦେ ପୂଜିବା 

ଚୋର ତସ୍କରଙ୍କୁ ଭଗେଇ ଦବା।


ମାଟି ଓ ମା' 

ଜନନୀ ଜନ୍ମଭୂମି ହୋଇବେ

ଆମର ସାହା



Rate this content
Log in

Similar oriya poem from Inspirational