STORYMIRROR

Chinmayee Sahoo

Abstract

3  

Chinmayee Sahoo

Abstract

ମାଟି ମାଆ

ମାଟି ମାଆ

1 min
11.4K

ମାଟି ମାଆ ଆମ ସବୁ ଅଳି ସହି

କୋଳ ପ୍ରସାରିତ କରି

ସାଧୁ ବା ଅସାଧୁ ସଭିଙ୍କୁ ପାଳଇ

ଭେଦଭାବ ଟି ନ କରି।


ତା'ଦେହରେ କିଏ ସୁନା ଫଳାଇଛି

କିଏ କରେ ମଳ ତ୍ୟାଗ

କିଏ ତା'ଅନ୍ତର ତାଡି ନିରନ୍ତର

ନିଜ ସ୍ବାର୍ଥେ ଲିପ୍ତ ଆଗ।


ତା'ସବୁଜ ବାସ କାଟି ଶେଷ କରି

ଉଲଗ୍ନ କରୁଛି ନୀତି

ଯେଉଁ ପଣତରେ ଢାଙ୍କିଛି ଆମକୁ

ତା' ର ଦହନରେ ମତି।


ପଣତ ନ ଥିଲେ କେମିତି ନିଦାଘେ

ଛାୟା ଲଭିବୁ ରେ ମୂଢ

ମାଆ ର ସମ୍ମାନ କରୁ ଛିନ୍ନ ଭିନ୍ନ

ନିଜ ପାଇଁ ଖୋଳୁ ଗାଡ।


ଦିନୁ ଦିନ ତୋର ଓଧତ୍ୟ ବଢାଉ

ଅସହ୍ୟ ହୋଇବ ଯେବେ

ସେହି ମାଆ ଧରି ଉଗ୍ରରୂପ ତୋତେ

ସଂସାର କରିବ ତେବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract