ମାଟି ମାଆ
ମାଟି ମାଆ
ମାଟି ମାଆ ଆମ ସବୁ ଅଳି ସହି
କୋଳ ପ୍ରସାରିତ କରି
ସାଧୁ ବା ଅସାଧୁ ସଭିଙ୍କୁ ପାଳଇ
ଭେଦଭାବ ଟି ନ କରି।
ତା'ଦେହରେ କିଏ ସୁନା ଫଳାଇଛି
କିଏ କରେ ମଳ ତ୍ୟାଗ
କିଏ ତା'ଅନ୍ତର ତାଡି ନିରନ୍ତର
ନିଜ ସ୍ବାର୍ଥେ ଲିପ୍ତ ଆଗ।
ତା'ସବୁଜ ବାସ କାଟି ଶେଷ କରି
ଉଲଗ୍ନ କରୁଛି ନୀତି
ଯେଉଁ ପଣତରେ ଢାଙ୍କିଛି ଆମକୁ
ତା' ର ଦହନରେ ମତି।
ପଣତ ନ ଥିଲେ କେମିତି ନିଦାଘେ
ଛାୟା ଲଭିବୁ ରେ ମୂଢ
ମାଆ ର ସମ୍ମାନ କରୁ ଛିନ୍ନ ଭିନ୍ନ
ନିଜ ପାଇଁ ଖୋଳୁ ଗାଡ।
ଦିନୁ ଦିନ ତୋର ଓଧତ୍ୟ ବଢାଉ
ଅସହ୍ୟ ହୋଇବ ଯେବେ
ସେହି ମାଆ ଧରି ଉଗ୍ରରୂପ ତୋତେ
ସଂସାର କରିବ ତେବେ।
