ମାଟି ମା
ମାଟି ମା
ଆକାଶେ ରଙ୍ଗର ପସରା
ତଳେ ସବୁଜ ଭୂଇଁ,
ମଝିରେ ଉଡୁଛି ଏ ମନ
ତୋତେ ଛୁଇଁବା ପାଇଁ ।
ତୁ ଯେ ଆମର ଗରବ
କୋଟି ହୃଦୟ ଦୀପ,
ତୋ ବିନା ଜୀବନ ଅଧୁରା
ଭିନ୍ନ ଲାଗେ ଏ ରୂପ ।
ପ୍ରେମସମ ଅଟ ଅନେକ
ଦିଅ ସୁନ୍ଦର ଭାଷା,
ପ୍ରାଣେ ପ୍ରାଣେ ଭର ଭରଷା
ପୁଣି ଜୀବନ୍ତ ଆଶା ।
ପ୍ରତିଟି ପରସ ମଧୁର
ସତେ ତୁମରି ଦିଗ,
ଆଖିରେ ଭରିଛ ପୁଲକ
ଭାବ ଉଦୟ ରାଗ ।
ସ୍ନେହଭରା କୋଳ ତୋହରି
କେତେ ଖେଳାଉ ଖେଳ,
ପାଖେ ଥାଇ ଦେଉ ସାହସ
ଧରି ହାତିଏ ବଳ ।
ରାତି ପରେ ଦିନ ଏମିତି
ହେବୁ ସବୁଠି ଜୟ,
ବସିବୁ ଉଠିବୁ ଏଇଠି
ନାହିଁ ଟିକିଏ ଭୟ।
ମମତାର ଏଠି ବନ୍ଧନ
ସବୁ ତୁମକୁ ଜଣା,
ସୁଖରେ ଦୁୁଃଖରେ ବାନ୍ଧିଛୁ
ମନ ନକରି ଉଣା ।
ବାଟ ଭୁଲା ଚିହ୍ନା ପଥିକ
ଆମେ ତୋହରି ସାଥି,
ଜନମ ମରଣ ତୋ ସାଥେ
କେତେ ରହିଛି ସ୍ମୃତି ।
