STORYMIRROR

Satyabati Swain

Inspirational

4  

Satyabati Swain

Inspirational

ମାଟି ହାଣ୍ଡି ପିତ୍ତଳ ଗରା

ମାଟି ହାଣ୍ଡି ପିତ୍ତଳ ଗରା

1 min
360


ଝିଅଟିଏ ତୁ ମାଟି ହାଣ୍ଡିଟିଏ

ଭାଙ୍ଗି ଗଲେ ହେବୁ ଖପରା

ପୁଅଟିଏ ତୁ ପିତ୍ତଳ ଗରା

ମାଜି ମୁଜିଦେଲେ ଜଳିବୁ ପରା !

ପୁଅଟିଏ ତୋ ବୟସ କଣ?

ଯେତେ ବୟସ ହେଲେବି ବୁଢା ନୋହିଁ

ଝିଅଟିଏ ତୁ ତିରିଶି ଡେଇଁଲେ 

ବୁଢ଼ୀ ହୋଇଗଲୁ ସମାଜ କହି।।

ଦିଓଟି ଛୁଆର ମାଆ ହେଲେ ଝିଅ

ସଉକ ସରାଗ ସବୁ ଶେଷ ହୋଇଲା

ଯେତୋଟି ଛୁଆର ବାପା ହେଲେ ପୁଅ

ଟୋକା ପଣ ତାର ଯାଏ କି ଭଲା ?

ପଚାଶ କି ଷାଠିଏ ବର୍ଷରେ ସ୍ତ୍ରୀ ମରିଗଲେ

ପୁଅ ବାହା ହେବାରେ ବାଧା ନାହିଁ

ପଚିଶ ବର୍ଷରେ ବିଧବା ଝିଅର

ବାହା ହେବା ନେଇ ଝଡ଼ ଉଠଇ।।

ଝିଅଟି ଧର୍ଷିତା ହେଲା ଯେବେ

ଇଜ୍ଜତ ସଇଲା କଳା ବୋଳିଲା

ଧର୍ଷଣ କଲା ଯେଉଁ ପୁଅଟି

ନିଶ ମୋଡି ଗର୍ବରେ ବୁଲିଲା।।

କହିବକି ଜ୍ଞାନୀଗୁଣି ବାବା ମାଆ ମାନେ

କାହିଁକି ମିଛରେ ରଡି ଛାଡୁଛୁ

ପୁଅଝିଅ ସଭିଏଁ ସମାନ ବୋଲି

କେତେ ନିୟମ କାନୁନ ଗଢ଼ୁଛୁ ?

ଏମିତି ହେବୁ ସେମିତି କରିବୁ

ଯେତେ ଶିକ୍ଷା ଆକଟ ଝିଅଙ୍କ ପାଇଁ

ବେଦ ଅଶୁଦ୍ଧ ହୋଇ ଯାଆନ୍ତା କି

ଏତିକି କରିଲେ ପୁଅଙ୍କ ନେଇ?

ଯେତେ ଦିନ ଯାଏ ଆମେ ନ ବଦଳିଛେ

କି କରିବ ନୀତି ନିୟମ ପରମ୍ପରା

ପ୍ରଥା ପରମ୍ପରାକୁ ଆଳ ନ କରି

ବଦଳାଇ ଦେବା ଆସ ଏ ଧାରା।

କାଗଜ କଲମେ ସବୁ ରହିଯିବ

ଚାଉଳ ସବୁବେଳେ ଚାଉଲ ହେବ

ବେଟି ପଢିବି, ବେଟି ବଢିବ ସେଦିନ

ଯେବେ ନିଜକୁ ସେ ସୁରକ୍ଷିତ ମଣିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational