STORYMIRROR

Satyabati Swain

Inspirational

2  

Satyabati Swain

Inspirational

ମାଟି ହାଣ୍ଡି ପିତଳ ଗରା

ମାଟି ହାଣ୍ଡି ପିତଳ ଗରା

1 min
13.6K


ଝିଅଟିଏ ତୁ ମାଟି ହାଣ୍ଡି

ଭାଙ୍ଗି ଗଲେ ହେବୁ ଖପରା

ପୁଅଟିଏ ତୁ ପିତଳ ଗରା

ମାଜି ମୁଜିଦେଲେ ଚିକ ଚିକ ଦିଶିବୁ ପରା......।।

ପୁଅଟିଏ ତୋ ବୟସ କଣ?

ଯେତେ ବୟସ ହେଲେବି ବୁଢା ନୋହିଁ

ଝିଅଟିଏ ତୁ ତିରିଶି ଡେଇଁଲେ 

ବୁଢ଼ୀ ହୋଇଗଲୁ ଜାଣତୁହି।।

ଦିଓଟି ଛୁଆର ମା ହେଲେ ଝିଅ

ସଉକ ସରାଗ ସବୁ ଗଲା

ଯେତୋଟି ଛୁଆର ବାପା ହେଲେ ପୁଅ

ଟୋକା ପଣ ତାର କେବେ ନ ଗଲା।।

ପଚାଶ ବର୍ଷରେ ସ୍ତ୍ରୀ ମରିଗଲେ

ପୁଅ ବାହା ହେବାରେ ବାଧା ନାହିଁ

ପଚିଶ ବର୍ଷରେ ବିଧବା ଝିଅର

ବାହା ହେବା ନେଇ ଝଡ଼ ବୁହଇ।।

ଝିଅଟି ଧର୍ଷିତା ହେଲା ଯେବେ

ଇଜ୍ଜତ ସଇଲା କଳା ବୋଳିଲା

ଧର୍ଷଣ କଲା ଯେଉଁ ପୁଅଟି

ନିଶ ମୋଡି ଗର୍ବରେ ବୁଲିଲା।।

କହିବକି ଜ୍ଞାନୀଗୁଣି ବାବା ମା ମାନେ

କାହିଁକି ମିଛରେ ରଡି ଛାଡୁଛୁ

ପୁଅଝିଅ ସଭିଏଁ ସମାନ

କେତେ ନିୟମ କାନୁନ କାଇଁ ଗଢ଼ୁଛୁ ??।।

ଯେତେ ଦିନ ଯାଏ ଆମେ ନ ବଦଳିଛେ

କି କରିବ ନୀତି ନିୟମ ପରମ୍ପରା

ସମୁଦ୍ରକୁ ଢେଲା ଫିଙ୍ଗିବା ସଦୃଶ

ସପନେ ଭିକାରୀ ରାଜା ହେବ ପରା !

କାଗଜ କଲମେ ସବୁ ରହିଯିବ

ଚାଉଳ ସବୁବେଳେ' ଚାଉଲ ' ହେଲା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational