STORYMIRROR

Banasmita Panda

Inspirational Others

2  

Banasmita Panda

Inspirational Others

ମାଟି ଘର

ମାଟି ଘର

1 min
128


ସମୟ ବଦଳିଛି 

କାହିଁ କେଜାଣି ମନ ମୋର 

ଅଟକି ଯାଇଛି 

ସ୍ମୃତି.... ଅନେକ ସ୍ମୃତିରେ 

ଆଜି ପାଖେ ସୁନ୍ଦର, ପ୍ରଶସ୍ତ କୋଠାଘର 

ଘରଣୀ ମୋର ଭାରୀ ଗର୍ବିତ 

ବୋଉ କିନ୍ତୁ ମନେ ପକାଏ 

ଆମର ସେ ପୁରୁଣା ମାଟିଘର 

ତାର ପ୍ରଶସ୍ତ ବାରଣ୍ଡା 

ଅଗଣାର ଆମ୍ବ ଗଛ ଛାଇ 

ପୂରୁବ ଦିଗର ସୁବର୍ଣ୍ଣ ସୁରୁଜ 

ଝୋଟି, ଚିତା ରେ ସଜ୍ଜିତ ଘର 

ସେଇ ମାଟିଘରେ କେତେ ସ୍ନେହ 

ସ୍କୁଲ ପାଠ ସହ ବୋଉର ମୁଢି ଭଜା 

ଚାଳ ଛପର ରୁ ବହୁଥିବା ବରଷା ଟୋପା 

କି ଶାନ୍ତି କି ଆନନ୍ଦ 

ବାପାଙ୍କ ରାଗ ଭରା ଛାଟ 

ବୋଉର ପଣତ

ଭଉଣୀ ସହ ମାରପିଟ, ଟଣା ଓଟରା 

ବୋଉର ଭଳିକି ଭଳି ପିଠା 

ଆରିସା, କାକରା 

ଛୋଟିଆ ସଂସାର ଆମର 

ଖୁସି ନିତି ବୁଲି ଆସେ ଆମ ଘର 

ଘର କାନ୍ଥରେ ପୋତା ସେ ଆଇନା 

ହସ ହସ ଯୋଉ ମୁହଁ ଦେଖାଏ 

ପାଏ ନାହିଁ ମୁଁ ମୋ କୋଠାଘର 

ଇଂରାଜୀ ମିରର ରେ 

ସନ୍ଧ୍ୟା ସମୟ ବୋଉର ରୁଟି ସେକା ଚୁଲି ମୁଣ୍ଡେ 

ଅ, ଆ, କ, ଖ ପଢା ଆମ ସଙ୍ଗେ 

ସତରେ କୁଆଡେ ଗଲା ମୋର ସେ ମାଟିଘର 

ଜୀଵନ ବଞ୍ଚିବା ଶିଖାଇଛି ସେ ମୋତେ 

ନ ହୋଇ କ୍ରୁର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational