Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mishra Manasi

Inspirational

3  

Mishra Manasi

Inspirational

ମାଟି☘️☘️☘️ବର୍ଷା ଭିଜା ମାଟିର ବ

ମାଟି☘️☘️☘️ବର୍ଷା ଭିଜା ମାଟିର ବ

1 min
234



ବର୍ଷା ଭିଜା ମାଟିର ବାସ୍ନା

ରିମ୍ ଝିମ୍ ବରଷାର ତାନ

ବେଙ୍ଗୁଲିର ବେସୁରା ରାଗିଣୀ

ତୋଳୁଛି ନୂଆ ଶିହରଣ ।

ଶାଗୁଆ କ୍ଷେତରେ ମାଟି ସଙ୍ଗେ ମାଟି ହୁଏ

ମଣିଷର ମାଟି ବୋଳା ଦିହ

ବାଦଲ ଆଉ ସୂର୍ଯ୍ୟର ଲୁଚକାଳି

ଖେଳରେ

ମଧ୍ୟସ୍ଥି କରେ ଦଲକାଏ କୋହଲା

ପବନ ।।

ଘର ଲେଉଟାଣି ବେଳ

ବହି ବସ୍ତାନୀ ଓଦା

ଆଉ ଦେହ ଜରଜର

ଆଖି ଦେଇ ଗଡୁଛି ପାଣି

ତାଳୁରୁ ତଳିପା

ବିଲ କଡରୁ ରାସ୍ତା ପାଣିରୁ ଧରିଛି ମୀନ

ଆତ୍ମତୃପ୍ତି ତା ଅୟୁତ କାଳର ।।।

ମନେପଡେ ପିଲାଦିନ

କେତେ ଯେ ଆନନ୍ଦ

ଓଲିଗଡା ପାଣିରେ କାଗଜଡଙ୍ଗା

ଭସେଇଲା ବେଳ

ଆଜି କିନ୍ତୁ! ଜୀବନ ଭାସୁଛି

ଯନ୍ତ୍ରଣା ଜଳରେ

ଛାତିରୁ କାଢି ନେଉଛି

ଘଡିକେ ଜୀବନ ।।।।

ଅସୁମାରୀ ଆଶ ପିଟୁଛି ଡିଣ୍ଡିମ

ହସିବାକୁ ଚାହିଁଲେ ବି ହସି ମୁଁ

ପାରୁନି

କାହିଁକିନା; ନୁହେଁ ମୁଁ ସରଳ

ଆଉ ନିଷ୍ପାପ ସେ ପିଲା ଦିନର ।।।।।



Rate this content
Log in

Similar oriya poem from Inspirational