STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

ମାଟି ଆମର ମାଆ

ମାଟି ଆମର ମାଆ

1 min
472


ମାଟି ଆମରି ମାଆ

ହୋଇଛି ଯିଏ ସାହା।୧।


ତାହାରି ଫୁଲ ଫଳ

ବଢାଏ ଆମ ବଳ।୨।


ତାହାରି କୋଳେ ଖେଳି

ସବୁଠି ଯାଉ ବଳି।୩।


ମାଟି ନୁହେଁ ସେ ମାଆ

ରଖିବା ତାର ନାଆଁ।୪।


ତାହାରି ଶସ୍ୟ କ୍ଷେତ

ଦୂରରୁ ଦିଶେ ସେତ।୫।


କଷ୍ଟ ସହୁଛି କେତେ

ଆମରି ପାଇଁ ଯେତେ।୬।


ତାକୁ ଭୁଲିବା ନାହିଁ

ତାହାରି ମୁହଁ ଚାହିଁ।୭।


ରଖିବା ନାମ ତାର

କରି କର୍ମ ଆମର।୮।


ତାପରି ହେବ କିଏ

ମାଗିନି କିଛି ସିଏ।୯।


ସବୁ ଦେଇଛି ଯିଏ

ମାଆ ପରିକା ସିଏ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract