STORYMIRROR

Kishore Nayak

Classics Inspirational

4  

Kishore Nayak

Classics Inspirational

ମାଟି ଆମର ମା

ମାଟି ଆମର ମା

1 min
294

ଏ ମାଟି ଆମର ଜନ୍ମଭୂମି 

କର୍ମଭୂମି ଏଇ 

ତାହାରି କୋଳେ ଜୀବନ ଆମ 

ଉଠିଛି ପୃଷ୍ଟ ହୋଇ l


ତାହାରି ପାଣି ପବନେ ଗଢ଼ା 

ଆମ ଏ ମନ ପ୍ରାଣ 

ତାହାରି ଶାକ ତଣ୍ଡୁଳ ଖାଇ 

ଶରୀର ହେଲା ଟାଣ l


ତାହାରି ତରୁ ସବୁଜ ପତ୍ରେ 

ଭରିଛି ଅମ୍ଳଜାନ 

ତାହାରି ଫୁଲ ଫଳେ ଏ ଧରା 

ପାଇଛି ଜୀବଦାନ l


ତାହାରି ନଦୀ ସବୁଜ ବନ 

ଆନନ୍ଦ କରେ ପ୍ରାଣ 

ମନ୍ଦ ମଳୟ ବିଶୁଦ୍ଧ ବାୟୁ 

ଭରଇ ଅନୁକ୍ଷଣ l


ଋତୁଚକ୍ରର ପରିପାଟୀରେ 

ବଦଳେ ତା'ର ବେଶ 

ଏ ମାଟି ମା' ସହିଛି ସବୁ 

କରେନି କେବେ ରୋଷ l


ଏ ମାଟି କୋଳେ ଜୀବଜଗତ 

କେତେଯେ ଜନପଦ 

ସବୁଜ ବନ ପାହାଡ଼ କ୍ଷେତ 

ନଦୀ, ସାଗର, ହ୍ରଦ l


ଗଛ ଡାଳରେ ବିହଙ୍ଗ ବସି 

ମଧୁର ଗୀତ ଗାଏ 

ଏ ମାଟି ଛୁଇଁ ଦୂର ଆକାଶେ 

ନିମିଷେ ଉଡି ଯାଏ l


ଅଭୁଲା ତା'ର ସୁଷମା ରାଜି 

ଅଭୁଲା ତା'ର ଗାଥା 

ଏ ମାଟି କୋଳ ଆଶ୍ରୟ ସ୍ଥଳ 

ହରେ ସବୁରି ବ୍ୟଥା l


ତାହାରି ଧୂଳି ମଥାରେ ବୋଳି 

ଉଠ ଜଗତବାସୀ 

କର୍ମ ପଥରେ ଆଗେଇ ଚାଲ 

ପ୍ରଭାତ ହେଲା ଆସି l


Rate this content
Log in

Similar oriya poem from Classics