STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ମାଟି(୧)

ମାଟି(୧)

1 min
229

ମାଟି ମାଆ ଯହିଁ ସକଳ ଜଗତ 

ଆବୋରି ରଖିଛି ତାର

ବୁକୁରେ ଧରିଛି ଅନେକ ପଦାର୍ଥ 

ନଦ,ନଦୀ,ଗିରିବର

କେତେ ଯେ ବନାନୀ ଦ୍ରୁମ,ଗୁଳ୍ମ ଭରା 

ଶଶ୍ୟ,ଶ୍ୟାମଳା ତୋରା

କରି ୟେ ଧରଣୀ ସଜେଇ ଦେଇଛି 

ଏଇ ମାଆ ମାଟି ପରା 


ଶଚୀପତି ମତ୍ତି ହୁଏ ଆନମନା

ମାଟି ବାସ୍ନା ପ୍ରଲୋଭନେ 

ପ‌ହିଲି ଆଷାଢ ଆକାଶେ ଉଦୟ 

ନବ ଜୀମୂତ ବାହନେ

ମାଟିରେ ଗଢା ୟେ ମୋ ବାସଭବନ

ମାଟିରେ ମୃନ୍ମୟ ମୁର୍ତ୍ତି

ମାଟି ଗଢା ଦିଅଁ କଥାକହେ ଏଇ 

ମାଟିରେ ଅନେକ ଶକ୍ତି


ରତ୍ନଗର୍ଭା ମାଟି ମାଆ ତା ଗରଭେ 

ସାଇତି ରଖିଛି ଯାହା

ସକଳ ଅଲଭ୍ୟ ପଦାର୍ଥ ପୁରିତ 

ସୈ।ଭାଗିନୀ ସୁର ପ୍ରୀୟା

ଆଦିମ ସଭ୍ୟତା ସମୃଦ୍ଧ କରିଛି 

ମାଟି ଗଢା ଆସବାବ

ମାଟି ହାଣ୍ଡି ମାଟି ମାଠିଆ,ପଲମ 

ଦେଇଛି ଯେତେ ସମ୍ଭବ


ମାଟି ବକ୍ଷଚିରି ଗଙ୍ଗା, ଗୋଦାବରୀ 

ହୋଇଯାଏ ପ୍ରବାହିତ

ମାଟିକୁ ଆବୋରି ଉଭା ହୀମଗିରି 

ରତ୍ନ,ବିନ୍ଧ୍ୟ ପରବତ

ମାଟି କୋଳରେ ମୁଁ ଜନମ ଲଭିଲି 

କୁଆଁ କୁଆଁ ରାବ ଦେଇ

ଠୁକୁ ଠୁକୁ ଚାଲି ଶିଖିଛି ଏ ମାଟି 

ଶୀର ପରେ ପଦଥୋଇ


ଏ ଜୀବ ଜଗତ ମାଟି ପାଇଁ ସିନା 

ଅନେକ ବୈଚିତ୍ର୍ୟ ମୟ

ମାଟି ପାଇଁ ଗଛ ,ଫୁଲ,ଫଳେ ଭରା 

ଏହିତ ବିଶ୍ଵ ବିସ୍ମୟ

ଏ ଜୀବ ଜଗତେ ମାଟିଘଟ ଯେତେ 

ମାଟିରୁ ଉଦ୍ଭବ ହୋଇ

ଶେଷରେ ଅନ୍ତିମେ ଜୀବ ଚାଲିଗଲେ 

ଘଟ ମାଟିରେ ମଶଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract