STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ମାଠିଆ

ମାଠିଆ

1 min
385

ମାଠିଆ କୁ ଦିନେ ପଚାରେ ହଣ୍ଡା

କିପରି ତୋପାଣି ଲାଗୁଛି ଥଣ୍ଡା

ଦାରୁଣ ଗ୍ରୀଷ୍ମରେ ଜୀବନ ପାଣି

ମନ ଶାନ୍ତକରେ ମାଠିଆ ପାଣି

ବାଲିଟି,ଡେକିଚି,ଢାଳ,କି ଗରା

ଏଥିରେ ପାଣିକୁ ରଖିଲେ ଭରା

ଗରମ ସେଥିରେ ହୁଅଇ ଜଳ

ତାତିକରି ତାର ଦେଖାଏ ବଳ

ପାଣିଟାଙ୍କି ପୁଣି କୁଣ୍ଡ ବି କଳ

ଗିନା,ତାଟିଆବି ଗିଲାସ ଦଳ

ବାସନକୁସୁନ ଖରାରେ ତାତି

ସଭିଏଁ ରାଗରେ ଜଳନ୍ତି ମାତି

ମାଠିଆ ଧରିଲେ ହାତକୁ ସଦା

ହେମାଳ ଲାଗୁଛୁ କିପରି ବତା

ମାଠିଆ କହିଲା ଶୁଣହେ ଭାଇ

ସେମିତିକା କିଛି ଗୁଣବି ନାହିଁ

ପଙ୍କ କାଦୁଅରୁ ତିଆରି ଘଟ

ଥଣ୍ଡା ମୋ ଧରମ ନକରି ହଟ

ସେଇପଙ୍କେଦିନେ ମିସିବି ବୋଲି

ଦେବିନି କଷଣ କହୁଛି ଖୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational