STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ମାତ୍ରୁଭାଷାର ଦୁର୍ଦ୍ଦଶା

ମାତ୍ରୁଭାଷାର ଦୁର୍ଦ୍ଦଶା

1 min
263


ବିଚ୍ଛିନ୍ନାଚଳରେ ରୋଦନ ଶୁଭୁଛି

ଓଡ଼ିଆ ଭାଇଙ୍କ ନିତ୍ୟେ

ବିକଳ ରୋଦନ କର୍ଣ୍ଣରେ ପଡିଲେ  

ଅଶ୍ରୁ ବହୁଅଛୁ ନିତ୍ୟେ।୧।

            

ବିଦେଶୀ ଭାଷାଟି ଛାତିରେ ବସିଣ

କରୁଛି ରାଜତ୍ବ ନିତ୍ୟେ

ଅଭିଶାପ ଏହି କିପରି ଘୁଞ୍ଚିବ

ଦୁଃଖ ହେଉଅଛି ନିତ୍ୟେ।୨।


ସ୍ବାଧୀନତା ପାଇ ଗୁଲାମିର ଭାଷା

ରାଜତ୍ବ କରୁଛି ନିତ୍ୟେ

କିପରି ସ୍ବାଧୀନ କିପରି ସ୍ବତନ୍ତ୍ର

ଲଜ୍ଜିତ ଲାଗୁଛି ନିତ୍ୟେ।୩।


ଭାଷାର ଉନ୍ନତି ଭାଷାର ସ୍ବୀକାର

ନ ହୋଇବ ମନ ମଧ୍ୟେ

ଉନ୍ନତିର ମାର୍ଗ ଭୂଲ କଳ୍ପନାଟି 

ନାହିଁଟି ବିଦେଶୀ ମଧ୍ୟେ।୪।


ବିଚ୍ଛିନ୍ନାଚଳ ରେ ଓଡ଼ିଆ ଜନତା

ଜାଗିଉଠ ଥରେ ଏବେ

ବିଦେଶୀ ଭାଷାକୁ ତିଳାଞ୍ଜଳି ଦେଇ

ଓଡ଼ିଆ ପଢିବା ଏବେ।୫।


ଜଗନ୍ନାଥ ପ୍ରତି ଭକ୍ତି ରଖି ନିତ୍ୟେ

ଓଡ଼ିଆ ମାନ ରଖିବା

ଭାଷାର ପ୍ରଦୀପ ପ୍ରକାଶିତ କରି

ଭାଷା ଗୌରବ ଆଣିବା।୬।


ଜାଗିଉଠ ମୋର ଓଡ଼ିଆ ଭାଇହେ

ସମୟ ଆସିଛି ଏବେ

ଶିକ୍ଷାନୀତି ନୂଆ ଦେଶରେ ହୋଇଲା 

ଭାଷାରେ ପଢିବେ ସର୍ବେ।୭।


ହସି ଉଠୁ ମୋର ବିଚ୍ଛିନ୍ନାଚଳଟି

ଭାଷାର ହେଉ ଗୌରବ

ମାଆ ମାତୃଭାଷା ସବୁଠାରୁ ବଡ

ଏହିତ ଭାଷା ଗୌରବ।୮।


ବଡ ହେବା ପାଇଁ ଜୀବନରେ ଆଶ

ଆଗେ କର ମାତୃଭାଷା

ମାତୃଭାଷା ବଳେ ଜୀବନେ ଉନ୍ନତି

ପୁରା ହେବ ଅଭିଳାଷା।୯।


ବିଚ୍ଛିନ୍ନାଚଳରେ ରୋଦନ ଶୁଭୁଛି

ଓଡ଼ିଆ ଭାଇଙ୍କ ନିତ୍ୟେ

ବିକଳ ରୋଦନ କର୍ଣ୍ଣରେ ପଡିଲେ

ଅଶ୍ରୁ ବହୁଅଛି ନିତ୍ୟେ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy