STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ମାତୃତ୍ଵ

ମାତୃତ୍ଵ

1 min
173


ନାରୀର ସତ୍ତା ମାତୃତ୍ଵ

ମାଆର ଅନ୍ତଫାଡ଼ି ଶିଶୁ

ପୁଅ ହେଉ ଅବା ଝିଅ

ସନ୍ତାନ ବାତ୍ସଲ୍ୟ ଓ

ସଫଳ ନାରୀତ୍ଵ ଭିତରେ

କେବଳ ମାତୃତ୍ଵ

ଥରକୁ ଥର କଚାଡି

କଂସ କୁ ଡରି ଡରି

କନ୍ୟାକୁ ଦେଇପାରିନଥିବା

ବାତ୍ସଲ୍ୟ ପାଇଁ ଦେବକୀ

ଆଜି ବି ଅତୃପ୍ତ

ପୁତ୍ର ଅବା କନ୍ୟା

ସନ୍ତାନ କାମନା ଉତ୍ସର୍ଗୀକୃତ

କନ୍ୟା ହେଲେ ମାଆ ଓ ଶିଶୁ

କାହିଁକି ଅସୁରକ୍ଷିତ??

କନ୍ୟା ହେଲେ ହୁଅନ୍ତାକି

ବିଜୁଳି କନ୍ୟା ଅବା ମତ୍ସ୍ୟଗନ୍ଧା

ଅବା ଅଭିଶପ୍ତ ଶ୍ୱେତପଦ୍ମା କେହି

ଆତଙ୍କ ରେ ଉଦବେଳିତ

ଆଶଙ୍କିତ ଜର୍ଜରିତ କାହିଁକି ମାତୃତ୍ଵ

 ସାମାଜିକ ସନ୍ତୁଳନ ହୁଏତ

ଅବା ପିଡ଼ିତାର ଆର୍ତ୍ତନାଦ

ଅବା ଏସିଡ ମାଡ଼ର ଶୀକାର

ପୁଅ ହେଉ ଅବା ଝିଅଙ୍କ ଅସ୍ତିତ୍ୱ

ନିର୍ଯ୍ୟାତନାରେ କିଏ କମ୍ କିଏ ବେଶୀ

ମା'ଠୁ ଅଧିକା ଜାଣେ କିଏ ସେ

ବୋଲାଇ ଅଦୂରଦର୍ଶୀ

ମାଆର ମାତୃତ୍ଵରୁ ସେ କଷ୍ଟ 

କେତେ କମ କେତେ ବେଶୀ



Rate this content
Log in

Similar oriya poem from Tragedy