ମାତୃଶକ୍ତି
ମାତୃଶକ୍ତି
ମାଆ ବୋଲି ଯେଉଁ ଶବଦ କେଡେ ମଧୁର ସତେ
ତା’ ସମାନ କେହି ନୁହଁଇ ପରା ତିନି ଜଗତେ ।।
ମାଆ ଶଦ୍ଦ ସୁଧା କରିଲେ ପାନ ଯଶ କିରତୀ
ଧନ,ଆୟୁ,ବଳ ବଢଇ ମିଳେ ସରଗ ଶାନ୍ତି ।।
ମାଆ ସ୍ନେହ , ଶ୍ରଦ୍ଧା ଲଭଇ ଯେଉଁ ସନ୍ତାନ ହେଳେ
ତ୍ରିଦିବ ଐଶ୍ଵର୍ଯ୍ୟ ଲାଗଇ ତୁଚ୍ଛ ତା ସମୀପରେ ।।
ମାଆ ପଦଧୂଳି ଜାହ୍ନବୀ ମାଟି ଠାରୁ ପବିତ୍ର
ମଥାରେ ଲେପିଲେ ଜୀବନେ କ୍ଷ୍ୟାତି ମିଳଇ ସୁଖ ।।
ମାଆ ପଣତର ଉଢାଳେ ଥାଏ ବୈକୁଣ୍ଠ ଶିରୀ
ଡର ଭୟ ନାହିଁ କାଳ ବି କେବେ ନପାରେ ଧରି ।।
ମାଆ ର ଆଶିଷ ଲଭିଲେ କୋଟି ଜନ୍ମ ର ପୂଣ୍ୟ
ମିଳଇ , ବୈକୁଣ୍ଠ ପୁରକୁ ଯାତ୍ରା ହୁଏ ସୁଗମ ।।
ମାଆ ସର୍ବ ଦେବାଦେବୀଙ୍କ ଅଗ୍ର ପୂଜ୍ୟ ଅଟଇ
ସେ ପଦ ସେବକ ପ୍ରଫୁଲ୍ଲ ନିତ୍ୟ ତାକୁ ସ୍ମରଇ ।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
