STORYMIRROR

Dharitri Das

Inspirational

4  

Dharitri Das

Inspirational

ମାତୃହୀନ ହେବ ଦିନେ ଏ ପୃଥିବୀ

ମାତୃହୀନ ହେବ ଦିନେ ଏ ପୃଥିବୀ

1 min
206

ଫୁଲ ନୁହେଁ ମୁହିଁ କଢିଟିଏ ମାତ୍ର

କର ନାହିଁ ମୋତେ ତୁମେ ଚ୍ଛିନ୍ନଛତ୍ର।

ବାଧ୍ୟ କର ନାହିଁ ଆତ୍ମହତ୍ୟା କରି

ଜୀବନକୁ ସତେ ଦେବାକୁରେ ହାରି।

ଫୁଟିବାକୁ ମନେ ଥିଲା କେତେ ଆଶା

ବ୍ୟର୍ଥ କରିଦେଲା ଦୌରାତ୍ମ୍ୟର ନିଶା।

ମୋପରି ଦଶାରେ କୋଟିକୋଟି କଢି

ଫୁଟିବା ଆଗରୁ ଯାଉଛନ୍ତି ଝଡି।

ଏପରି ଚାଲିଲେ ସଂସାରେ ଆମର

ଘଟିବ ଅଭାବ ଏକଇ ମାଆର।

ମାତୃହୀନ ହେବ ଦିନେ ଏ ପୃଥିବୀ

ବେଳଥା ଉଁ ଭାବ ସମାଜ ମୁରବୀ ।

ଫୁଲ ବିନା ଫଳ ସମ୍ଭବ କି ହେବ

ନିଶ୍ଚୟ ସଂସାର ନାଶ ହୋଇଯିବ ।

ଆଜିର ଦିନରେ କରେ ନିବେଦନ

କଢିର ସୁରକ୍ଷା କର ଶୁଦ୍ଧିଜନ।

ବଞ୍ଚିଲେ କଢି ବଞ୍ଚିବ ନରାଧମ

ନୋହିଲେ ହୋଇବ ସବୁ ଶମସାନ।

କରୁଛି ବିନତି ହେ ମାନବ ଜାତି

ସଦୟ ହୁଅହେ ନାରୀ ଜାତି ପ୍ରତି।

ମାତୃତ୍ୱକୁ ଦେଇ ସରବେ ସମ୍ମାନ

ରଖିବାକୁ ହେବ ଦେଶ ଜାତି ମାନ।

ନୋହିଲେ ଅଳପ ଦିନରେଟି ଜାଣ

ନ ଥିବେଟି କେହି ଧରି ଏଠି ପ୍ରାଣ।

ପରବର୍ତ୍ତୀ ପୀଢ଼ି ପାଇଯିବେ ଧ୍ୱଂସ

କହୁଅଛି ସତ ସୃଷ୍ଟି ହେବ ନାଶ।

ପଶୁମୟ ହେବ ଏ ସାରା ଜଗତ

ଥରୁଟିଏ ମନେ ମୋ କଥା ଭାଵ ତ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational