STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ମାତୃଭୂମି

ମାତୃଭୂମି

1 min
11.7K

ମାତୃଭୂମି ମାତୃଭୂମି ଭାରତ ମୁଁ ଭାରତୀର ସନ୍ତାନ

ମାତୃଭୂମି ପାଇଁ ସଦା ଦେବି ମୋ ଜୀବନ

ମାତୃଭୂମି ରେଣୁ ବୋଳି ଗରବରେ କହିବା

ମୋ ଭାରତ ଜୟ ମୋ ମାତୃଭାଷା ଓଡ଼ିଆ।


ମୋ ମାତୃଭୂମି ଟେକ ରଖିବାକୁ

ମାତୃଭୂମି ସୁରକ୍ଷା କରିବାକୁ

ଜନମି ଥିଲେ ବୀର ସନ୍ତାନ

ସେ ବୀର ଯୋଦ୍ଧାଙ୍କୁ କୋଟି ନମନ।


ମାତୃଭୂମିର ଜଳଫଳ ଖାଇ

ଶିରାପ୍ରଶିରାରେ ବହେ ଲହୁ ହୋଇ 

କରିବି ସୁରକ୍ଷା ତାର

ମାଆ ଠାରୁ ବଳି ମାଆ ସିଏ ମୋର

ମମତାମୟୀ ନିର୍ଝର।


ମୋ ମାତୃଭୂମି ଭାରବର୍ଷ

କଳା ସଂସ୍କୃତିର ଉତ୍କର୍ଷ

ଏ ମରତେ ନାହିଁ ଏମିତି ଦେଶ

ମାତୃଭୂମି ମୋ ଭାରତବର୍ଷ। 


ମାତୃଭୂମି ମାତୃଭାଷା

ଆଉ ମୋର ମାଆ ଜନମ ଠାରୁ

ସେ ମୋତେ କରନ୍ତି ଆପଣା,

ମାଆ ମାତୃଭୂମି ପାଦେ କରି ପ୍ରଣିପାତ

ମାତୃଭାଷା ଗାଇ ହେବା ଜଗତେ ବିଖ୍ୟାତ ।


Rate this content
Log in

Similar oriya poem from Inspirational