STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ମାତୃଭୂମି ବନ୍ଦନୀୟା

ମାତୃଭୂମି ବନ୍ଦନୀୟା

1 min
11.7K

ମାତୃଭୂମି ବନ୍ଦନୀୟା ଏକମାତ୍ର ଭାରତେ

ଆନଦେଶେ ସୀମାଟିଏ ରେଖାଙ୍କିତ ଜଗତେ ।

ବନ୍ଦେ ମାତରମ୍ ଗାନ ଧ୍ୱଜା ତଳେ ଏକତା

ସ୍ୱତନ୍ତ୍ର ସମଗ୍ର ବିଶ୍ବେ ରଖିଛି ସ୍ୱତନ୍ତ୍ରତା ।


ମାତୃଭୂମି ମୋର ମାଆ ଭଳି ଅତି ନିଜର

ପରିଶୋଧ ହେବ ନାହିଁ କେବେ ଋଣ ତାହାର ।

ତା କୋଳେ ଜନମ ତା'ର ମାଟି ପାଣି ପବନ

ପାଇ ବଡ ହେଲି ଲଭି ପରଶ ତା ପାବନ। 


ମୋ ମାତୃଭୂମି ବିଶ୍ୱେ ଦେବଭୂମି ଆଖ୍ୟାତ

ଜନମ ଲଭିବା ପାଇଁ ଦେବତାଙ୍କ ବାଞ୍ଛିତ। 

ରାମ କୃଷ୍ଣ ଅବତାର ଆଚମ୍ବିତ ମରତେ

ଦେବଦେବ ମହାଦେବ ହିମାଳୟ ଗରତେ। 


ହିମଗିରି ମୁକୁଟ ଯା ପାଦ ଧୁଏ ସାଗର

ଗଙ୍ଗା ଗୋଦାବରୀ କୃଷ୍ଣା କାବେରୀ ଟି ହାର ।

ନିଘଞ୍ଚ ବନାନୀ ଶସ୍ୟ କ୍ଷେତ ଯା'ର ଆଞ୍ଚଳ

ନୀଳଗିରି ଚନ୍ଦନ ବନରୁ ବହେ ଶୀତଳ ।


ବେଦବାଣୀ ପୃଥିବୀରେ ବିଜ୍ଞାନର ପ୍ରମାଣ

କ୍ରମିକ ସଂଖ୍ୟାର ସୃଷ୍ଟି ସହଜରେ ଗଣନ ।

ଆଲୋକ ବର୍ତ୍ତିକା ବିଶ୍ୱେ ଦେଖାଇଛି ଭାରତ

ପଞ୍ଚଶୀଳ ନୀତି ଧରା ବୁକେ ହୋଇ ଉଷତ ।


ସାର୍ବଭୌମ ଦେଶ ମୋର ଗଣତନ୍ତ୍ର ବୃହତ

ସାମାଜିକ ନ୍ୟାୟ ଧର୍ମ ନିରପେକ୍ଷ ମହତ ।

ମାତୃଭୂମି ମାତୃଭାଷା ପ୍ରେମ ବହି ହୃଦୟ

ଭାରତ ମାତାର ଗାଏ ଜୟ ଜୟ ଜୟ ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract