STORYMIRROR

Banabihari Mishra

Abstract

3  

Banabihari Mishra

Abstract

ମାତୃଭାଷା

ମାତୃଭାଷା

1 min
433

ଗଣମାଧ୍ୟମଟା ଅଳିଆ ହେଲାଣି

ଯିଏ ଯାହା ଇଚ୍ଛା ଲେଖି ଦିଅନ୍ତି

ଭାଷା ହାତଗୋଡ ଭାଙ୍ଗିଦେଇ ତାର

ଅର୍ଥରୁ ଅନର୍ଥ କରିଦିଅନ୍ତି


ମାତୃଭାଷା ଛାଡି ଅନ୍ୟ ଭାଷାରେ ଯେ

ବଡିମା ଦେଖାଇ ଲେଖୁଥାଆନ୍ତି

ବ୍ୟାକରଣଗତ ଆଉ ବନାନରେ 

ଅନେକ ଭୁଲ୍ ଯେ କରିଥାଆନ୍ତି


ଆମେ ତ ଓଡିଆ, ଓଡିଆ ଭାଷାକୁ

ଛାଡିଦେବା ଭାଇ କୁହ କେମିତି

ଓଡିଆରେ କ'ଣ ଶବ୍ଦର ଅଭାବ

ଏମିତି କାହିଁକି ଥୋକେ କରନ୍ତି


ଓଡିଆ ଭାଷାର ଚାତୁର୍ଯ୍ୟ ଓ ଶୈଳୀ 

ଆଦୃତ ହୋଇଛି ସାରା ବିଶ୍ୱରେ

ଏ ଜାତି ମହାନ ସଂସ୍କୃତି ସମ୍ପନ୍ନ 

ମଧୁରତା ଅଛି ଆମ ଭାଷାରେ


ଚାଲ ଆମେ ଆଜି ଶପଥ କରିବା

ଲେଖିବା କହିବା ଭାଷା ଓଡିଆ

ଆହୁରି ସମୃଦ୍ଧ କରିବା ଭାଷାକୁ 

ଦେଖିବା କେମିତି ହେବ ବଢିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract