ମାତୃଭାଷା
ମାତୃଭାଷା
ରଚନା ମୋହର ରାଷ୍ଟ୍ର ହୀତ ପାଇଁ
ଲେଖୁଛି ମାତୃଭାଷାରେ,
ରାଷ୍ଟ୍ର ପ୍ରେମ ଅଟେ ମୋହର କର୍ତ୍ତବ୍ୟ
କବିତା ଜନସେବାରେ।
ଜାଗ୍ରତ କରୁଛି ରାଷ୍ଟ୍ର ପାଇଁ ପ୍ରେମ
ରଚନାର ମାଧ୍ୟମରେ,
ମାତୃଭାଷା ଅଟେ ଅମୂଲ୍ୟ ରତନ
ଲେଖୁଛି ଓଡ଼ିଆ ରେ।
ରାଷ୍ଟ୍ର ଭଲ କଥା କବିତା ମୋହର
କଥା ପୌରଣିକ ତହିଁ,
ରାଷ୍ଟ୍ର ହୀତେ ହୁଏ କବିତା ମୋହର
ଦିଏଟି ସନ୍ଦେଶ ଯହିଁ।
ଜ୍ଞାନ କର୍ମ ତ୍ୟାଗ ଧର୍ମ ଶ୍ରଦ୍ଧା ଭାବ
କବିତାର ମୁଳ ମନ୍ତ୍ର,
ଦେବଟି ପ୍ରେରଣା ରାଷ୍ଟ୍ର ହୀତେ ଜନେ
କରିଛି ମୁଁ ମହା ମନ୍ତ୍ର।
ପ୍ରଭୁଙ୍କ ଭକ୍ତିର କବିତା ରଚନା
ସମର୍ପଣ ପ୍ରଭୁ ପଦେ,
ତାଙ୍କ ଆଶିର୍ବଦୁ ସମ୍ଭବ ହେଉଛି
ଭକ୍ତି ରଖି ଅଛି ପଦେ।
ଆତ୍ମନିର୍ଭରର ପାଇଁ ମୋ କବିତା
ଆତ୍ମବିଶ୍ୱାସର ପାଇଁ,
ଶକ୍ତିଶାଳୀ ହୁଏ ରାଷ୍ଟ୍ରଟି ଆମର
କବିତା ମୋ ତାହା ପାଇଁ।
ଖୁସି ଲାଗେ ଦେଖି ଦେଶର ଗୌରବ
ଆନନ୍ଦ ମୋ ହୃଦେ ଗୁଞ୍ଜେ,
ଦେଶର ଗୌରବେ କବିତା ମୋହର
ଜନଜନେ ତାହା ଗୁଞ୍ଜେ।
ବିଚ୍ଛନ୍ନାଚଳରେ ଜନମ ମୋହର
ରାଜ୍ୟ ଝାଡ଼ଖଣ୍ଡ ଏହୁ,
ମାତୃଭାଷା ଶିକ୍ଷା ନମିଳେ ଏଠାରେ
ଦୁର୍ଭାଗ୍ୟ ଆମର ଏହୁ।
ଉତ୍କଳୁ ବିଚ୍ଛନ୍ନ ଅଟେ ଏହୁ ଭୂମି
ଓଡ଼ିଆ ଭାଷୀ ହିଁ ଏଠି,
ବହି ନାହିଁ ଏଠି ନାହାନ୍ତି ଶିକ୍ଷକ
କବିତା ରଚନା ଏଠି।
କିପରି ଟି ହେବ ମାତୃଭାଷା ଶିକ୍ଷା
କବିତା ହିଁ ତାହା ପାଇଁ,
ଧ୍ୟାନ କି ପଡ଼ିବ ନଜର କାହାର
ରଚନା ହିଁ ତାହା ପାଇଁ।
ଦେଶର ପ୍ରଧାନ ଅତି ହିଁ ମହାନ
କହିଲେ ମନ କଥାରେ,
ମାତୃଭାଷା କୁହ ଅତି ହିଁ ଗର୍ବରେ
ଶିକ୍ଷା ଭି ମାତୃଭାଷାରେ।
