STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମାତୃଭାଷା

ମାତୃଭାଷା

1 min
176


ମାତୃଭାଷାକୁ ଯିଏ କେବେ ଆଦର କରି ନାହିଁ

ମାତୃଭାଷାକୁ ଆଗକୁ କେମିତି ନେବ ଭାଇ

ଏଇ ମାତୃଭାଷାର ମାନକୁ ରଖିବା ପାଇଁ

ମହାପୁରୁଷ ଲଢ଼ି ଯାଇଛନ୍ତି ଜୀବନ 

ଦେଇ

ମଧୁବାବୁ ମାତୃଭାଷା ପାଇଁ ଆଗକୁ 

ଆଗେଇଲେ

ତାଙ୍କରି କାବ୍ୟ କବିତାରେ ଓଡିଆଙ୍କୁ

ଜାଗ୍ରତ କଲେ

ମାତୃଭାଷା ଆମରି ଗୌରବ କେବେ

ଭୁଲିବା ନାହିଁ

ପିଲା ବେଳୁ ଆମେ ମାତୃ ଭାଷା ଶ୍ରଦ୍ଧାରେ ଯିବା କହି

ଆମ ଓଡିଆ ଭାରି ବଢିଆ ସଭିଏଁ ମନେ ରଖିବା

ଶିଶୁଟିକୁ ଶୈଶବରୁ ଓଡ଼ିଆ ଶିଖାଇବା

ମାତୃଭାଷାକୁ ଯଦି ନିଜ ପରିବାରରେ ସଭିଏଁ କହିବା

ଦିନେ ଆମ ଭାଷା ସାରା ବିଶ୍ୱରେ 

ଆଗକୁ ଆମେ ନେବା

ନିଜ ଭାଷା ନିଜ ପରିଚୟ କେବେ ଭୁଲିବା ନାହିଁ

ଆମେ ବଞ୍ଚିବା ଆମ ମାତୃଭାଷାକୁ ଆଗକୁ ନେବା ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational