STORYMIRROR

Jyotirmoyee Mohanty

Inspirational

3  

Jyotirmoyee Mohanty

Inspirational

ମାତୃଭାଷା

ମାତୃଭାଷା

1 min
306

 ଯା ଦେଶର ମାତୃଭାଷା ଯେତେ ମହୀୟାନ, 

ସେ ଦେଶ ଜନତା ସବୁଠାରୁ ଗରୀୟାନ ll1


ମାତୃଭାଷା ମମତାରେ ହୁଏ ଯେ ବିଭୋର, 

ମଣିଷରେ ଗଣା ସିଏ ସାରା ଜଗତର ll2


ଯେଣୁ ମାତୃଭାଷା ଅଟେ ଆମରି ଜୀବନ, 

ଭାଷା ଦ୍ରୁମ ବୃଦ୍ଧି ପାଇଁ ଢାଳରେ ପରାଣ ll3


ଭାଷା ଦ୍ରୁମ ଯେତେବେଳେ ଜୀବନ୍ତ ହୋଇବ

ଫୁଲ, ଫଳ ସମ୍ଭାରରେ ଏ ଦେଶ ହସିବ ll4


ମୋ ଦେଶ ସଂକୃତି ଯିଏ ବଜାୟ ରଖିଛି, 

ତାର କାୟା-କଳ୍ପ ସାରା ଜଗେ ବିସ୍ତାରିଛି ll5


କେବେ ଛୋଟ ନମଣିବ ମୋ ଓଡ଼ିଆ ଭାଷା, 

ପୂର୍ବଶୁରୀ ଗଣଙ୍କ ନଭାଙ୍ଗିବ ଆଶା ll6


ଶାସ୍ତ୍ରିୟ ମାନ୍ୟତାରେ ଭୂଷିତା ଏ ମୋ ଭାଷା, 

ରାଜ ଭାଷାରେ ମୋ ଭାଷା ହୋଇଛି ଗଣିତା ll7


ଆମର ଭାଷା ସୁନ୍ଦର ଶାଶ୍ୱତ ଭାରତେ, 

ଚାଲ ଗଢିତୋଳିବା ହାତ ମିଶାଇ ହାତେ ll8


ଭାଷା ସୌରଭେ କସ୍ତୁରୀ ମହକ ଓଡ଼ିଆ, 

କହି ଜାଣିଲେ ମୋ ଭାଷା ଭାରି ସୁନ୍ଦରିଆ ll9


କେତେ ମହାକବି କବି କେତେ ଯେ ଲେଖକ 

ଭାଷାର ଉନ୍ନତି ପାଇଁ ସାଜିଥିଲେ ସାଧକ ll10


ମୋ ଭାଷାର ପାରିଜାତ ମହୀରେ ରୋଇ, 

ତା'ମହକ ଚତୁର୍ଦ୍ଦିଗେ ଦେବା ମହକାଇ ll11


ସରଳ, ଅମ଼ତମୟ ବୋଲି ମୋ ଭାଷାର, 

ଭାଷାରେ ବାନ୍ଧିବା ଭାତୃଭାଵ ଏ ମହୀରେ ll12


ମୋ ଭାଷାଠୁଁ ବଡ଼ ନୁହେଁ ସେ ବିଦେଶୀ ଭାଷା, 

ପ୍ରବାସୀ ପାଇଁ ପଡିଛି ଆମକୁ ଦୁର୍ଦଶା ll13


ଗର୍ବୀତ ଆଜିରେ ଆମେ ଆମେରେ ଓଡ଼ିଆ, 

ସାରା ଜଗତରେ ଦେଖ ମୋ ଭାଷା ବଢିଆ ll14


ବଖାଣିଲେ ସରିବନି ମୋ ଭାଷାର ଭଣତି, 

ପାଦ ପଦ୍ମରେ ତାହାର ଅଶେଷ ପ୍ରଣତି ll15


ମୋ ଭାଷା କଦମ୍ବ ମୁଖେ ଫୁଟାଇ ପାରିଲେ, 

ମହକିବ ଏ ଜାତି, ଧର୍ମ ନଭାବିବ ତିଳେ ll16


ଭାଷା ଜ୍ଞାନଦୀପ ପ୍ରତି ପ୍ରାଣେ ପ୍ରଜ୍ଵଳିଲେ, 

ହଟିବ ଅଜ୍ଞାନ, ମିଟିବ ଅନ୍ଧାର ବଳେ ll17


ଝିଅ ପରି ମୋ ଭାଷାର କରିଲେ ଯତନ, 

ସେ ବି ହସି ହସ ଵିତରିବ ନକରି ଆନ ll18


ମୋ ଭାଷାକୁ ବଧୂ ବେଶେ ଦେଇ ସଜେଇ, 

ତା ' ସୁରକ୍ଷା ପାଇଁ ନିଜକୁ ଦେବା ହଜେଇ ll19


ମାଆ ଲୁହ ଠୁଁ ବଳି ମୋ ଭାଷାର ଅପମାନ, 

ଭାଷା ଦ୍ରୋହୀ କୁ କ୍ଷମା ନଦେବଟି ଜାଣ ll20


ଭାଷା ଭାରତୀ ଗଳେ ମାଳା ପିନ୍ଧାଇବା, 

ଆସ ସର୍ବେ ତା ପୟରେ ପ୍ରଣତି ଢ଼ାଳିବା ll21


ଜାଗ ନବ ଯୁବ ନିଦ୍ରା କରି ପରିହର, 

ହାତେ ଧରି ମୁକ୍ତି ମଶାଲ ହୁଅ ଅଗ୍ରସର ll22



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational