STORYMIRROR

Rama chandra Pradhan

Abstract Others

3  

Rama chandra Pradhan

Abstract Others

ମାତୃଭାଷା

ମାତୃଭାଷା

1 min
228


ଆମ ମାତୃଭାଷା ଆମ ପରିଚୟ 

  ଗାଏ ଜୀବନର ଗାଥା 

ସିଏ ଆମ ଶକ୍ତି ଆମରି ସାହାସ

  ଉଚ୍ଚା କରିଥାଏ ମଥା l

ତା' ବିନା ଲାଗଇ ସବୁ ତ ଅସାର 

  ସବୁଲାଗେ ଅସମ୍ଭବ 

ସିଏ ଦିଏ ଶାନ୍ତି ସିଏ ଦିଏ ମୁକ୍ତି 

  ମନେ ବୁଣି ସଦଭାବ l

ଭାଷାରେ ମରଣ ଭାଷାରେ ଜନମ 

  ଭାଷା ଯେ ମିଠା ବଚନ 

ବଞ୍ଚିଥିବା ଯାଏଁ ରଖିବା ତା' ଟେକ 

   ସିଏ ଆମ ସ୍ୱାଭିମାନ l

ସେ ଭାଷା ମମତା ଜାତୀୟତା ଭରେ 

   ଶୁଣାଇ ତା' ମିଠା କଥା 

ଦେଖି ତା' ଗୌରବ ଭାବ ପରାକାଷ୍ଠା 

   ଦୂର ହୋଇଯାଏ ବ୍ୟଥା l

ସର୍ବେ ମିଳିମିଶି ସଂକଳ୍ପ କରିବା 

   ରଖିବା ଭାଷାର ମାନ 

ଭାଷା ପ୍ରେମୀ ହୋଇ ବୁଝିବା ମହତ୍ୱ 

  ନ କରି ତା' ଅପମାନ l



Rate this content
Log in

Similar oriya poem from Abstract