STORYMIRROR

linki barik

Inspirational Others

3  

linki barik

Inspirational Others

ମାତୃଭାଷା

ମାତୃଭାଷା

1 min
112

ସେଦିନ ଆସର ଲମ୍ବିଥିଲା ବୋଧ ହୁଏ ଭୂମିରୁ ଭୂମାକୁ

ମାତୃଭାଷାର ରେଳଗାଡ଼ି ଧାଇଁ ଚାଲିଥିଲା କେଉଁ ଏକ ସୁଦୂର ପ୍ରସାରି ଅଞ୍ଚଳକୁ ,

କେଜାଣି ସେଠାରୁ ଆଉ ସେ ଫେରିବ କି ନାହିଁ କିଛି ଠିକ ଠିକଣା ନଥିଲା,

ଦଳେ କହୁଥିଲେ ଆମେ ଆଗେ ପହଞ୍ଚିବୁ

ଆଉ ଦଳେ କହୁଥିଲେ ଆମେ ଆଗେ ପହଞ୍ଚିବୁ,

ଆଉ ଦେଖଣାହାରୀ ‌‌‌‌‌‌ଦଳ ମାନେ ଠୋ ଠୋ ହୋଇ ହସି ଉଠୁଥିଲେ

ତାଛଲ୍ୟ କରି କହୁଥିଲେ ଆମେ ତୁମମାନଙ୍କୁ ପହଞ୍ଚିବାକୁ ଦେଲେ ତ ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ 

ନିଜ ଆଧିପତ୍ୟ ବିସ୍ତାର କରିବ

କହି ସାରିବା ପରେ ପୁଣି ଆଉ ଦଲକାଏ ଅଦ୍ଭୁତ ହସ

ଯେଉଁ ହସରୁ ଈର୍ଷା ଆଉ ଅସହିଷ୍ଣୁର ମୁଖା ଗୁଡ଼ାକ ସ୍ପଷ୍ଟ ବାରି ହୋଇ ଉଠୁଥିଲା।

ଇଛା ତ ହେଉଥିଲା ଏମାନଙ୍କୁ ଗୋଟିଏ ଗୋଟିଏ ହାବଡ଼ା ପକେଇବାକୁ,

ତଥାପି ଚୁପ୍ ରହିଲି ମୋ ଦଳର ମୂର୍ଖ ମାନଙ୍କ ଦେଖି

ସେପର୍ଯ୍ୟନ୍ତ ବି ସେମାନଙ୍କ ମଧ୍ୟରେ ଟଣା ଓଟରା ଲାଗିଥିଲା କିଏ ଆଗେ ପହଞ୍ଚିବ

ବାସ ଗୋଟିଏ ଉକ୍ତି ମନେ ପଡିଗଲା ସେ ପଗଡ଼ି ପିନ୍ଧାର "ସ୍ବାର୍ଥର ବନିତା ଅଟେ ତୋଷାମୋଦ

      ଭୟ ମିଥ୍ୟା ତାଙ୍କ ପୁତ୍ର,

      ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ

      ଏମାନେ ହେଲେ ଏକତ୍ର।"

ହଁ ସେଦିନ ଆସର ଲମ୍ବିଥିଲା ବୋଧ ହୁଏ ଭୂମିରୁ ଭୂମାକୁ

ମାତୃଭାଷାର ରେଳଗାଡ଼ି ଧାଇଁ ଚାଲିଥିଲା କେଉଁ ଏକ ସୁଦୂର ପ୍ରସାରି ଅଞ୍ଚଳକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational