STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମାତୃ ଭକ୍ତି

ମାତୃ ଭକ୍ତି

1 min
229


ଲୋଡ଼ା ନାହିଁ ଧନ ମାଗୁନାହିଁ ଜନ

କରୁଛି ଏତିକି ବିନତି

ମା ର ଆଶିଷ ଝରୁଥାଉ ପ୍ରଭୁ

ଆମ ଉପରେ ନୀତି।


ମୋ ପାଇଁ ଅମୃତ ମା ହାତ ରନ୍ଧା

ମାଗୁଅଛି ହାତ ପାତି

ମା ପାଖେ ଥିଲେ ଭୟ ଲାଗେ

ନାହିଁ ଆସୁ ଯେତେ ବିପତି।


ମା ର ପଣତେ ସବୁ ସୁଖ ମିଳେ 

ଲୋଡ଼ା ନାହିଁ ସମ୍ପତ୍ତି

ସ୍ନେହ ପ୍ରେମ କୁ ଦେଇ ପାରେ ସିଏ

ମମତାର ସେ ମୂରତି।


ମା ରୁଣକୁ ସୁଝି କେ ପାରିବ ,ନାହିଁ

କାହାର ଶକତି

ସହିଛି କେତେ କରିଛି କେତେ ସନ୍ତାନ ପାଇଁ ନୀତି।


ଜନମେ ଜନମେ ମା ପାଦ ତଳେ

ଥାଉ ମୋର ଭକତି

ମୋ ଆଖି ଦେଖୁ ମାର. ରୂପ 

ନିରୋଗ ରହୁ ସେ ନୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational