STORYMIRROR

Kalandi pal

Inspirational

3  

Kalandi pal

Inspirational

ମାତା ସିଦ୍ଧିଦାତ୍ରୀ

ମାତା ସିଦ୍ଧିଦାତ୍ରୀ

1 min
373


ପଦ୍ମାସନେ ସ୍ଥିତି ରୂପେ ସିଦ୍ଧିଦାତ୍ରୀ

   ନବମୀ ତିଥି ପରଶ

ଶିବଙ୍କ ଶରୀରୁ କିଛି ଅଂଶେ ମାତା

   ଅବତାର ନେଇ ଆସ ll


ଅର୍ଦ୍ଧ ନାରୀଶ୍ୱର ଅନ୍ୟ ନାମ ଯାର

   ପଦ୍ମ ପୁଷ୍ପେ ବିରାଜିତ

ଚତୁର୍ହସ୍ତି ମାତା ହସ୍ତେ ଶଙ୍ଖ, ଚକ୍ର

    ପଦ୍ମ ଓ ଜଷ୍ଟି ଶୋଭିତ ll


ଯକ୍ଷ ଓ ରାକ୍ଷସ, ନର ବା କିନ୍ନର

   ସଭିଏଁ ଧ୍ୟାୟନ୍ତି ପଦ

ସିଦ୍ଧିଦାତ୍ରୀ ମାତା ସିଦ୍ଧି ଫଳ ଦିଅ

   ମନରେ ନ ଥାଏ ଖେଦ ll


ପ୍ରତି ଶକ୍ତି ପୀଠେ ସିଦ୍ଧିଦାତ୍ରୀ ରୂପେ

    ନବମୀ ନିଶିରେ ମାତା

ମୃଣ୍ମୟୀ ମୂର୍ତ୍ତିକୁ ପୂଜା କରାଯାଏ

    ଵିଧି ବିଧାନ ରହିତା ll


ନାନା ରଙ୍ଗ ଫୁଲେ ସଜାହୁଅ ମାତା

    ଭୋଗ ଲାଗେ ଫଳମୂଳ

ଖସା ଗଛ ମଞ୍ଜି ସମର୍ପଣ ହୋଇ

    ପୂଜା ତ ହୁଏ ସଫଳ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational