STORYMIRROR

Kalandi pal

Inspirational

3  

Kalandi pal

Inspirational

ମାତା କୁଷ୍ଣାଣ୍ଡା

ମାତା କୁଷ୍ଣାଣ୍ଡା

1 min
337

ସର୍ବେଶ୍ୱରୀ ମାତା ଜଗତେଶ୍ୱରୀ

ଶଶୀଶେଖରୀ ମାଆ ତୁ ମାହେଶ୍ଵରୀ.

ରାଜ୍ୟ ରାଜେଶ୍ୱରୀ, ହରି ସୋଦରୀ

ସିଦ୍ଧାହସ୍ତୀ ସୃଷ୍ଟି ତୁମ ତିଆରି. ll


ଭଦ୍ରକାଳୀ ମାତା ଚଣ୍ଡୀ ଚାମୁଣ୍ଡା

ଚତୁର୍ଥୀ ତିଥିରେ ନାମ କୁଷ୍ଣାଣ୍ଡା

ସର୍ବ ଶକ୍ତିଧାରୀ, ବିଶ୍ୱ ସୃଷ୍ଟି କାରି

ଶକ୍ତିପୀଠେ ମାତା ଆସୁ ଅବତରି. ll


ବନଦୁର୍ଗା ମାତା ହୋଇ ଅଷ୍ଟ ହସ୍ତା

ତ୍ରିପୁର ମୋହିନୀ ହୋଇଲ ସମ୍ଭୁତା

ବ୍ୟାଘ୍ରବାହନେ ଖଣ୍ଡା ଖର୍ପର ଧାରୀ

ଦାନଵ ଦୁଷ୍ଟଙ୍କୁ ସ୍ଵହସ୍ତେ ସଂହାରି.ll


ବ୍ୟାଘ୍ରବାହିନୀ ମାଆ ଘୁଞ୍ଚାଅ ରିଷ୍ଟ

ମାଲପୁଆ ଭୋଗେ ହୋଇ ସନ୍ତୁଷ୍ଟ

ଆଶିଷର ବାରି, ଅଷ୍ଟାଭୁଜେ ଢାଳି

ଜଗତର ଦୁଃଖ ହର ମାଆ ଗଉରୀ. ll

ଯାଃ ଦେବୀ ସର୍ବ ଭୂତେଷୁ ଶକ୍ତି ରୁପେଣ ସଂସ୍ଥିତା.

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational