STORYMIRROR

ASWINI DASH ଅଶ୍ୱିନୀ ଦାଶ

Romance

4  

ASWINI DASH ଅଶ୍ୱିନୀ ଦାଶ

Romance

ମାସ୍କ

ମାସ୍କ

1 min
226

କେତେ ନିକଟରେ ଥିଲେ ଆମେ,

ମୁହଁରେ ମାସ୍କ ନଥିଲା,

ସାମାଜିକ ଦୂରତା ନଥିଲା ବି ଆଦୌ ।


ଆମ ଛାଇ ମାନେ ହାତ ଧରା ଧରି

ବୁଲୁଥିଲେ ଗୋପନରେ,

କିଛି ବିଲମ୍ଵପଣ ଓ ଭୁଲ୍ ର ହିସାବ ମାଗୁଥିଲେ।


କିଛି କୋହ ବି ନଥିଲା,

କିଛି ପତ୍ରଝଡା ଦେଇ ସାରିଥିଲା ସମୟ,

କିଛି ଜାଣିବାର ଆନନ୍ଦ ଥିଲା,

କିଛି ହଜାଇବାର ତଲ୍ଲୀନତାରେ

ମସୁଗୁଲ ଥିଲେ।


କଣ ଖୋଜୁଥିଲେ ପରସ୍ବରଠୁ

କିଛି ନ ପାଇବା ପଣ,

ବିଶ୍ୱାସ ବି ନଥିଲା

ହଠାତ କିଛି ପ୍ରଶ୍ନ କୁ ସାମନା କରିବା।


କଣ ଦେଖିଲ ତମେ ଆଜି,

ଆଖିରେ ବି ଲୁହ ନଥିଲା,

କୋହ ବି ନଥିଲା ହୃଦୟରେ,

କିଛି ଯାହା ଶବ୍ଦ ଥିଲା ସବୁଜପଣର,

କିଛି ଆୟୁଷ ଯାହା ହଜାଇ ସାରିଥିଲେ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance