Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others

2  

KRUTIBAS NAYAK

Inspirational Others

ମାରୁମାରୁ ଯାଏ ମରି

ମାରୁମାରୁ ଯାଏ ମରି

1 min
129



ଜନମ ସହିତ ଜୀବ ଆଣିଥାଏ ମରଣକୁ ସାଥେ ଧରି,

କାନ୍ଦୁକାନ୍ଦୁ ସିଏ ହସି ଶିଖିଯାଏ ପରକୁ ଆପଣା କରି |


ପଡୁପଡୁ ପୁଣି ଚାଲି ଶିଖିଯାଏ କହୁକହୁ କଥାକହେ,

ମିଛ କପଟକୁ ଆଦରି ନେଲେ ସେ ନିଜେ ଛନ୍ଦି ହେଇଯାଏ |


ବାପା-ମାଆ ପାଶେ ଅଳି କରୁକରୁ ହୁଅନ୍ତି ସେ ବାପା-ମାଆ,

ସାହା ଖୋଜୁ ଖୋଜୁ ପାଇଗଲେ ଥରେ ଅନ୍ୟପାଇଁ ହୁଏସାହା |


ଧନଧନ ହେଇ ଧନୀ ହେଇଯାଏ, ଜ୍ଞାନ ଖୋଜି ହୁଏ ଜ୍ଞାନୀ,

ପରପାଇଁ ଗାତ ଖୋଳୁଖୋଳୁ ସେହି ଗାତରେ ପଡ଼େ ସେ ପୁଣି |


ଖାଉଖାଉ ଦିନେ ଖାଦ୍ୟ ହେଇଯାଏ, ମାରୁ ମାରୁ ଯାଏମରି,

ଚାହୁଁଚାହୁଁ ତା'ର ଚିହ୍ନ ଲିଭିଯାଏ କେହି କାନ୍ଦନ୍ତିନି ଝୁରି |


Rate this content
Log in

Similar oriya poem from Inspirational