ମାର୍ଗଶୀର ମାସ
ମାର୍ଗଶୀର ମାସ
ମାର୍ଗଶୀର ମାସ କ୍ଷେତ ହସ ହସ,
ପାଚିଲା ଧାନ ଦେଖି ଚାଷୀ ହରଷ।
ହାତେ ଦା' ଧରି ଚାଷୀ କାଟଇ ଧାନ,
କୃଷକର ଆସିଲା ଖୁସିର ଦିନ।
ନା ନା ପରିବାକୁ ଫଳାଏ ଶୀତ,
ଭରପୁର ଦିଶେ ବଗିଚା କ୍ଷେତ ।
ସକାଳୁ କାକର ବହୁତ ପଡେ,
ମାର୍ଗଶୀର ଶୀତ ଦେହକୁ ଜାଡେ।
ନା ନା ଜାତି ଫୁଲେ ବଗିଚା ହସେ,
ଗେଣ୍ଡୁ, ମାଳତୀ ରେ ଜଗତ ବାସେ।
ମାଣବସା ଓଷା ଏ ସମୟେ ଆସେ,
ଝୋଟି ଚିତାରେ ଘର ସୁନ୍ଦର ଦିଶେ।
ଘରେ ମା ଲକ୍ଷ୍ମୀଙ୍କ ହୁଅଇ ପୂଜା,
ଗେଣ୍ଡୁ ଫୁଲରେ ଘର ହୁଅଇ ସଜା ।
ପୂଜା ପାଇଁ ମାଆ ବଡିଭୋରୁ ଜାଗେ,
ମଣ୍ଡାପିଠା ଓ ଖିରୀ ଭୋଗରେ ଲାଗେ।
