STORYMIRROR

BULU BEHERA

Classics Fantasy Inspirational

3  

BULU BEHERA

Classics Fantasy Inspirational

ମାର୍ଗଶୀର ଗୁରୁବାର

ମାର୍ଗଶୀର ଗୁରୁବାର

1 min
525


ବର୍ଷକ ବାର ମାସ ଓ ଛ' ଋତୁ

ଯେପରି ଗ୍ରୀଷ୍ମ ପରେ  

ଆସେ  ବର୍ଷା ଋତୁ

ସେପରି  ବର୍ଷା ଋତୁ ପରେ

ଆସିଥାଏ  ଶରତ ଋତୁ |


ଦୁଃଖ ପରେ  ଯେପରି ଜୀବନେ

ସୁଖ ଫେରି  ଆସିଥାଏ,

ସୁଖ ପରେ  ଆସିଥାଏ ଦୁଃଖ 

ଉଠାଣି ପରେ  ଗଡ଼ାଣି ତ'

ଗଡ଼ାଣି ପରେ  ଆସେ  ଉଠାଣି,


ହସ  ପରେ  କାନ୍ଦ ତ'

କାନ୍ଦ ପରେ  ଯେପରି ହସ

ଜନମ ପରେ  ମରଣ ନିଶ୍ଚୟ ତ'

ମରଣ  ପରେ  ହୁଏ ଜନମ |


ଏ ସବୁ ନିତି ଦିନିଆ ଘଟଣା

ଘଟୁଛି  ଆଊ  ଘଟୁଥିବ  ମଧ୍ୟ

ସେହିପରି  ବରଷରେ ଥରୁଟିଏ

ଆସିଥାଏ  ମାର୍ଗଶୀର  ମାସ

ଅତି ପବିତ୍ର ଓ ଧାର୍ମିକ ମାସ

ଏହି ମାସରେ  ପଡୁଥିବା

ସାତ ବାର  ମଧ୍ୟରୁ

ସବୁଠାରୁ  ଶ୍ରେଷ୍ଠ  ହେଉଛି

ପବିତ୍ର  ଗୁରୁବାରଟି l


ଯେଉଁ ଆଡେ  ଦେଖିବ  ତୁମେ

ରାସ୍ତାଘାଟ  ପରିଷ୍କାର ଓ ପରିଚ୍ଛନ୍ନ 

ଘରର  ବାରଣ୍ଡାରେ  ସବୁରି

ବିଭିନ୍ନ ରକମର  ଝୋଟିର ସମ୍ଭାର

ମନକୂ  ମୋହିତ କରିଥାଏ l


ଏହି ଋତୁରେ ଫୁଟୁଥିବା  ନାନା ରଙ୍ଗର

ଫୁଲର  ସୁବାଷରେ  ଚତୁର୍ଦ୍ଦିଗକୁ

ମହକାଇ  ଦେଇଥାଏ l


ପ୍ରତି ପ୍ରଭାତରୁ  ଭାସିଆସେ

ଲଷ୍ମୀ ପୁରଣର  ସୁମଧୁର ସଂଗୀତ

ଘରେ ଘରେ  ପୁରେ ପୁରେ

ମାତା  ଲଷ୍ମୀଙ୍କର ବହୁ

ଆଡମ୍ବର ସହକାରେ  ପାଳନ

ଭକ୍ତିମୟ  ପରିବେଶ  ମଧ୍ୟରେ

ପିଠା ପଣା  ସାଙ୍ଗକୁ 

ସବୁରି  ଘରେ ଆନନ୍ଦ ଉଲ୍ଲାସରେ 

ଉଛୁଳି  ଉଠିଥାଏ l


ପ୍ରଥମାଷ୍ଟମୀରେ ମାତା ଲଷ୍ମୀଙ୍କ

ପାଦ ପଦ୍ମରେ  ଭକ୍ତି ନୈବେଦ୍ୟ

ଅର୍ପଣ କରି  ସୁଖ ଶାନ୍ତିରେ

ଧନ ଧାନ୍ୟରେ ସଦା  ପରିପୂର୍ଣ

କର ବୋଲି ସଭିଏଁ ମାତାଙ୍କୁ

ମାର୍ଗଶୀର ମାସ  ଗୁରୁବାରରେ

ଶ୍ରୀୟାଙ୍କ ପରି  କର ବୋଲି

କାମନା ଭିକ୍ଷା କରିଥାନ୍ତି  l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics