ମାର୍ଗ ଦର୍ଶନ
ମାର୍ଗ ଦର୍ଶନ
ହେ ଅଖିଳ ଜନତା -
ଲୋଭ କର ନାହିଁ ଧନ - ରତ୍ନକୁ,
ଲୋଭ କର ସବା, ଭକ୍ତି, ଧର୍ମକୁ ।
ନ କର ହୋ କ୍ଷତି ସତ୍ୟ - ନ୍ଯାୟର,
କ୍ଷତି କର ଗର୍ବ, ପାପ, ମିଥ୍ୟାର ।
ଯଶ ରଖିଯାଅ ମହୀ ମଣ୍ଡଳେ,
ଜଳି ଯିବ ଦିନେ ଦେହ ଅନଳେ ।
ଗର୍ବ କର ନାହିଁ ନିଜର ବୋଲି,
ମର୍ତ୍ତ୍ଯରୁ ଦିନେ ତ ଯିବାରେ ଚାଲି ।
ପୀଡା ଦିଅ ନାହିଁ ପର ଆତ୍ମାକୁ,
ଦେଇ ଦେଖ ପୀଡା ନିଜ ଆତ୍ମାକୁ ।
ଆପଣା ଭାବି କରନି ବିଶ୍ବାସ,
ସ୍ବାର୍ଥ ଶେଷ ପରେ ଢାଳନ୍ତି ବିଷ ।
କ୍ରୋଧ କର ନାହିଁ ନ୍ଯାୟ ନୀତିକୁ,
କ୍ରୋଧ କର ହେ କୁକର୍ମ ମାର୍ଗକୁ ।
ଶତ୍ରୁ ସାଜ ନାହିଁ ଦାନ ଦୟାର,
ସାଜ ଶତ୍ରୁ ଏବେ ମୋହ ମାୟାର ।
ବେଶଭୂଷା ଦେଖି ମଣନି ସାଧୁ,
ବଚନେ ତାର ନ ଥାଏରେ ମଧୁ ।
କୁକର୍ମ ମାର୍ଗକୁ ଦିଅ ଆହୁତି,
ଯତ୍ନ କର ଦେଶ ବୋଲନ୍ତି ଯତି ।
