STORYMIRROR

Sanjya Tripathy

Classics Others

3  

Sanjya Tripathy

Classics Others

ମାଂସର ବିଳାପ

ମାଂସର ବିଳାପ

1 min
178


ଏବେ ତୁମେ ଦାଇ ନେବାକୁ ହେବ ସାଦରେ ଫୁବନ

ଅବା ଲୋମହର୍ଷକାର ଅମହନୀୟ ଗଣଧର୍ଷଣ

ଏବେ ତୁମ ଚତୁଃପାର୍ଶ୍ଵରେ ବରୁଛନ୍ତି ମାସଂଭୋଜୀ ପ୍ରାଣୀ

ଆମ ଆରକ କାମନା ପ୍ରମତ୍ ଭକ୍ତ ଭବତ ଯୌବନ

ହାଙ୍କ ବିଷ୍ଣୁ ଯୁଗଳରେ ଯୁଗ ଯୁଗର ପୃଷ୍ଠା ଅପରିସୀମ ଅପରିଫ

ଯିଏ ପରିପୃଷ୍ଟ ହେଉଛନ୍ତି ମସର ଆମନ୍ତ୍ରଣରେ

ଦିଗଭ୍ରଷ୍ଟ ହେଉଛନ୍ତି କାମିନୀ କଚନର ମାୟାବୀ ଆହ୍ବାନରେ

ମୁଁ ପଥଚାରୀ ଯିଏ କଟା ମସର ଅଙ୍ଗପ୍ୟ ଆଲିଙ୍ଗନରେ

ଏବେ ସର୍ବତ୍ର ପରିବ୍ୟାପ୍ତ ହେଉଛି

ପରିପୃଷ୍ଟ ଯୌବନର ବ୍ୟାପକ ବିପଣୀ

ଆଉ ଲିଜା ନାହିଁ ସଂକ୍ରମ ନାହିଁ ଶଙ୍କା ନାହିଁ

ଅବା ସଂକୋଚ ନାହିଁ

ଯୁବ ସମାଜ କରୁଛି ନିଜ ପ୍ରେମ ନିବେଦନ

ବିବେକାନନ୍ଦ, ଶଙ୍କର ଓ ରାମାନୁଜଙ୍କ ଦେଶରେ

କ୍ରମଶ ଅବକ୍ଷୟିଷ୍ଣୁ ନୈତିକ ମୂଲ୍ୟବୋଧର ମହାକୁମରେ

ମିଳେଇ ଯାଉଛି ସମଗ୍ର ସଂଭ୍ରମ ସମସ୍ତ ମାନବିକତା

ପ୍ରବଳରୁ ପ୍ରବଳତର ମସର ବିଳାପରେ

ଜର୍ଜରିତ ହେଉଛି ଭାରତ ଭୂଖଣ୍ଡ

ଯାହାର ନିବାରଣ ଅବା ନିଦାନ କରିବ କିଏ ?

କିଏ ସେ ଆରଂଭ କରିବ ସମ୍ବେଦନଶୀଳତାର

ଚିରସ୍ରୋତା ନର୍କରିଣୀ

ଯାହାର ଚିରନ୍ତନ ସ୍ରୋତରେ ଧୋଇ ହୋଇଯିବ

ସମସ୍ତ କାମନା ବାସନାର ମହାଗଙ୍ଗା ଓ ଯମୁନା

ଜୀବେ ଦୟା ପରି ନାରୀକୁ ଜନନୀ, ଭଗିନୀ ଓ ଜାୟାର

ତ୍ରିକୋଣୀୟ ଦୃଷ୍ଟିଭଙ୍ଗୀରେ ପାରିବେ ସମସ୍ତ ପୁରୁଷ

କିଏ ସେ ଯୁଗପୁରଷ ସାଜିବେ ଅନାବିଳ

ଅପବିତ୍ର କାମନା ଓ ପ୍ରେମର ଭଗୀରଥ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics