STORYMIRROR

Satyabati Swain

Inspirational

4  

Satyabati Swain

Inspirational

ମାନସିକତା

ମାନସିକତା

1 min
453

ମନଟି ଭାରି ଚଞ୍ଚଳ ଚଗଲି ପବନ ପରି ଅସ୍ଥିର

ନିମିଷେକରେ ବୁଲି ଆସେ ଏ ସାରା ସଂସାର

ଲଗା ନାହିଁ ପଘା ନାହିଁ ନିଜ ମର୍ଜି ମାଲିକ ସେ

ତାକୁ କେହି ଦେଖିନାହିଁ ଅଛି ସବୁ ଜୀଵ ଭିତର।


ମନର ମାନସିକତା ହୁଅଇ ଯଦି କୁ ଓ ବିକୃତ 

କିଛି ବି ଭଲ ଲାଗେନା ମନଟି ଥିଲେ ଦୁଃସ୍ଥ

ସକଳ କଥା ଲାଗଇପିତା ଭୋଗଇ ଦେହ କଷ୍ଟ

ଚିଡି ଚିଡି ରାଗ ଅଶାନ୍ତି ଅସୁଖ କରନ୍ତି ବ୍ୟସ୍ତ।


ମନ ଆକାଶ ଥିଲେ ନିର୍ମଳ ଇନ୍ଦ୍ରଧନୁ ଉଏଁ

ପ୍ରେମ ରୋଷଣୀ ଜହ୍ନ ଆଲୁଏ ଦିନରେ ଦିଶେ

ସପନ ସାଗରେ ଆନନ୍ଦ ମୁକୁତା ମିଳିଯାଏ

ହସର ସୂର୍ଯ୍ୟ ଉଇଁ ଅସୁମାରୀ ଖୁସି ବରଷେ।


ମନରେ ଯିଏ ଧନୀ ସେ କେତେ ଧନୀକଠୁ ବଡ଼

ମନ ପ୍ରଫୁଲ୍ଲ ରହଇ ଜାର ଜିଣି ପାରେ ସେ ଗଡ଼

ଧୈର୍ଯ୍ୟ ବିଶ୍ଵାସ ଥିଲେ ମନ ସହିଯାଏ ସବୁ ତୋଡ

ପ୍ରେମର ପାଇଁ ମନ ସଦା ଡେଇଁ ପାରେ ପାହାଡ଼।


ମନଟି ଲୋଡ଼େ ମୁଠେ ମମତା ସ୍ନେହ ଭର୍ତ୍ତି ହୃଦ

ମାନସିକତା ସ୍ୱଚ୍ଛ ନ ହେଲେ ଘାରେ ଦୁଃଖ ବିଷାଦ

ପୁରୁଣା ଢଙ୍ଗ ନୂଆର ରଙ୍ଗ ସବୁ କୁ ସୁ ର ସ୍ୱାଦ

ଖୁସି ଖୁସି ନିଜର କଲେ ଜୀବନ ଛୁଏନି ଅବସାଦ।


ମାନସିକତା ଦୃଢ଼ ଥିଲେ ସବୁ କାର୍ଯ୍ୟରେ ସୁଫଳ ମିଳେ

ସ୍ୱଚ୍ଛ ସୁନ୍ଦର ମନ ହିଁ ମାଟିମଟାଳରେ ସ୍ୱର୍ଗ ତୋଳେ

ସମୟ ସହ ମାନସିକତା ବଦଳେଇ ଯେ ଥାଏ

ଜଗତଜିତା ହୋଇ ସବୁ ହୃଦୟରେ ପୂଜା ପାଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational