STORYMIRROR

Amita Dash

Abstract

3  

Amita Dash

Abstract

ମାଣିଖୁଣ୍ଟି

ମାଣିଖୁଣ୍ଟି

1 min
181


 ରଗଡା ମୁଗ, ବିରି ଓ ଚାଉଳ ଚୂନା

ମାସ ମାସ ପାଇଁ ସାଇତି ରଖିଚି

 ସବୁ ବୋଉ ହାତର ଯାଦୁକରୀ ସିନା

କାଢିଲେ ଚକି ଆଉ ମାଣିଖୁଣ୍ଟି

ପୂଜା ପାଇଁ କରିବ ଚାଉଳ ଚୂନା

ଅରଡ କରିଚି ଜେଜି, ଦୋକାନ ଜିନିଷ ମନା

କେହି ସଜାଡି ଦିଅନ୍ତିନି ହୁଗୁଳି ଗଲେ ଚକିର ମାଣିଖୁଣ୍ଟି 

ମନେମନେ କାନ୍ଦୁଥାଏ ମୁଁ ତୋ କଷ୍ଟ ଦେଖି 

ମାଣିଖୁଣ୍ଟି ବିନା ଚକି ଘୁରି ପାରିବ କି?

ତୁ ଆମ ଘର ରୂପକ ଚକି ର ମାଣିଖୁଣ୍ଟି

ଯୋଉ ପଟେ ଘୁରାଇବୁ ସେପଟେ ଘୁରିବୁ ଲେଖି ଥା ରଖି

ତୋ ବିନା ଆମର ଅସ୍ତିତ୍ବ ନାହିଁ ତ କିଛି

ଯେମିତି ଚକି ବିନା ମାଣିଖୁଣ୍ଟି

ମାଣିଖୁଣ୍ଟି ବିନା ଚକି

କେହି କାହା ବିନା ପରିପୂର୍ଣ ନୁହନ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract