ମାଣବସା
ମାଣବସା
ଭଵ ଓ ଭକ୍ତିର ଅଖଣ୍ଡ ବିଶ୍ୱାସ
ମହାନ ଆମରି ଧର୍ମ ପୁରାଣ
ପ୍ରଥା ପରମ୍ପରା ସବୁଠୁ ନିଆରା
ମଧୁର ଓଡ଼ିଆ ସଂସ୍କୃତି ଦାନ ।
ବାରମାସେ ତେର ପରବ ପର୍ବାଣୀ
ଦେବୀଦେବତାଙ୍କ ପୂଜା ଅର୍ଚ୍ଚନା
ମାର୍ଗଶିର ମାସେ ମାଣବସା ନାମେ
ଲକ୍ଷ୍ମୀମାଆଙ୍କର କରୁ ବନ୍ଦନା ।
ଘରଦ୍ୱାର ଶୁଦ୍ଧ ପବିତ୍ର କରନ୍ତି
ଆନନ୍ଦ ମନରେ ପ୍ରତି ଗୃହିଣୀ
ନୂଆ ଧାନକେଣ୍ଡା ମାଣ ପରେ ଥୋଇ
ମାଆ ପାଶେକରିଥାନ୍ତି ମାଗୁଣି ।
ସଉଭାଗ୍ୟବତୀ କରିଥାଅ ମାତ
ଧନ ସମ୍ପଦରେ ପୁରୁ ମୋ'ଘର
ରୋଗବ୍ୟାଧି ଭୟ ନ ରହୁ କିଞ୍ଚିତ
ସଂସାରରୁ ଦୁଃଖ କଷଣ ହର ।
