STORYMIRROR

Durjyodhan Barik

Inspirational

4  

Durjyodhan Barik

Inspirational

ମାଣବସା

ମାଣବସା

1 min
275


ଓଡ଼ିଆ ଘରର  ନିଆରା ପର୍ବ

ମାଣବସା ଗୁରୁବାର,

ମାତା ମହାଲକ୍ଷ୍ମୀ  ପୂଜିତ ହୁଅନ୍ତି

ମାର୍ଗଶିରେ ଏହି ବାର ।


ପ୍ରତି ବୁଧବାର  ଗୋମୟ ଜଳରେ

ଘର ଲିପାପୋଛା ହୁଏ,

ଅରୁଆ ଚାଉଳେ   ବାଟିଣ ପିଠଉ

ଝୋଟି ପାଇଁ ରଖାଯାଏ ।


ଦୂବ ବରକୋଳି  ପୁକଶୁଙ୍ଗା ପତ୍ର

ଗେଣ୍ଡୁଫୁଲ ଆମ୍ବଡ଼ାଳ,

ସଜ କରି ରଖେ ଗୁରୁବାର ପାଇଁ

ଉଠି ସକାଳେ ସହଳ ।


ବାସିକାମ ପରେ  ସ୍ନାନ କରି ସାରି

ଝୋଟି ଚିତା ଆଙ୍କି ଥାଏ,

ପଦ୍ମଫୁଲ ଚିତ୍ର  ଷୋହଳ ପାଖୁଡ଼ା

ଲକ୍ଷ୍ମୀପାଦ ଥାପି ଦିଏ ।


ପ୍ରବେଶ ଦ୍ଵାରରେ କରୁଥାଏ ପୂଜା

ଶଂଖ ହୁଳହୁଳି ଦିଏ,

ଆବାହନ କରେ ଲକ୍ଷ୍ମୀ ଠାକୁରାଣୀ

ମୋର ଘରେ ଆସ ମାଏ ।


ଘର ଅଗଣାରେ  ମାଣକୁ ସଜାଏ

ଶୁକ୍ଳଧାନ ଭରି ଦେଇ,

ମାଣରେ ମୁକୁଟ  ଗେଣ୍ଡୁଫୁଲ ହାର

ନାନା ଫଳ ମାନ ଥୋଇ ।


ଖିରି ଓ ଚିତଉ  ଆରିସା ଉଖୁଡା

ମଣ୍ଡାପିଠା ପଞ୍ଚାମୃତ,

ନାନାଦି ବ୍ୟଞ୍ଜନ  ରନ୍ଧା ହୋଇଥାଏ

ଦହିରେ କଡମା ଭାତ ।


ବାଳଧୂପ ଦେଇ ନୈବେଦ୍ୟ ବାଢଇ

ଚାରି ପାଳି ଗୁରୁବାର,

ପ୍ରତି ଗୁରୁବାର  ଲକ୍ଷ୍ମୀ ପୁରାଣକୁ

ପଢୁଥାଏ ବରାବର ।



Rate this content
Log in

Similar oriya poem from Inspirational