STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମାଣବସା ଶେଷ ଗୁରୁବାର

ମାଣବସା ଶେଷ ଗୁରୁବାର

1 min
373


          ରାଗ:- ବଙ୍ଗଳା ଶ୍ରୀ 


ଲକ୍ଷ୍ମୀଙ୍କର ବ୍ରତ ଶେଷ ଗୁରୁବାର

ଭକ୍ତିମୟ ମର୍ତ୍ତ୍ୟ ପୁର 

କର୍ଣ୍ଣେ ପଡ଼ୁ ଅଛି ଶଙ୍ଖ ହୁଳହୁଳି 

ପୂଜାରେ ନାରୀ ତତ୍ପର !!


ଶେଷ ମାଣବସା ଶେଷ ଗୁରୁବାର

ପୂଜିବେ ଲକ୍ଷ୍ମୀ ପୟର 

ରାତ୍ରେନିଦ୍ରା ନାହିଁ ଚିତା ଲେଖୁଛନ୍ତି 

ଭକ୍ତି ପ୍ରୀତିରେ ଆତୁର !!


କରି ଲିପାପୋଛା କରନ୍ତି ସଜ୍ଜିତ

ଲକ୍ଷ୍ମୀ ମାଣବସା ଏହା      

ବ୍ରତୀ ମନ ଇଚ୍ଛା କରିବେ ପୂରଣ

ବିଷ୍ଣୁ ପାଟରାଣୀ ତାହା !!


ନ ହେଉ ସକାଳ ନୀତି କର୍ମ ସାରି

ନୂଆ ବସ୍ତ୍ର ପରିଧାନ 

ମଣ୍ଡାପିଠାସଙ୍ଗେ ଆରିସାପିଠାକୁ

କରନ୍ତି ନାରୀ ବ୍ୟଞ୍ଜନ !!


ଛେନା ମଣ୍ଡା ପିଠା ପ୍ରିୟ ଲକ୍ଷ୍ମୀଙ୍କର

ହୁଏ ତା ଗୃହେ ନିର୍ମିତ  

ତିଆରି ତାହାକୁ କରନ୍ତି ମହିଳା 

ପ୍ରୀତିଶ୍ରଦ୍ଧାରେ ଜଡ଼ିତ !!


ସ୍ଥାପନ କରିବେ ଲକ୍ଷ୍ମୀ ଠାକୁରାଣୀ 

ହଳଦୀ ପାଣିରେ ଧୋଇ

ଖଟୁଲି ଉପରେ ଧନର ଦେବୀକୂ

ଭକ୍ତିରେ ଦେବେ ଟି ଥୋଇ !!


ଖଟୁଲି ପାଖରେ ଧୂପ ଦୀପ ଜ୍ୟୋତି

ହୋଇ ଥିବ ବିରାଜିତ

ଲକ୍ଷ୍ମୀଙ୍କ ପଶନ୍ଦ ନୈବେଦ୍ୟ ଅର୍ପଣ

କରିବେ ନାରୀ ସମସ୍ତ !!


ଶଙ୍ଖ ହୁଳହୁଳି ଲକ୍ଷ୍ମୀଙ୍କ ପୂଜନେ

ଶୁଭୁ ଥିବ ଅନୁକ୍ଷଣ 

ଓଡ଼ିଆ ସଂସ୍କୃତି ସଂସ୍କାର ଏହୁରେ 

ବ୍ରତ ମାଣବସା ପୁଣ !!


ସିନ୍ଧୁଙ୍କ ନନ୍ଦିନୀ କରୁଣ କରିବେ

ଭକ୍ତିରେ କଲେ  ପୂଜନ

ଭକ୍ତିରେଯେ ପ୍ରୀତି ବିଷ୍ଣୁଙ୍କ ଘରଣୀ 

ଶ୍ରୀୟାକୁ ଦେଲ ଦର୍ଶନ !!


ବ୍ରତ ଯେ ପାଳନ କରନ୍ତି ଓଡ଼ିଆ 

ଭୂମି ଏ ସିଂହଭୂମିରେ 

ହୁଏ ଘର ଘରେ ମାଣବସା ବ୍ରତ 

ବିଧିବିଧାନ ନୀତିରେ !!


କରିବେ କଲ୍ୟାଣ ଜଗତ ତାରିଣୀ 

ଲକ୍ଷ୍ମୀ ଯେ କରୁଣାମୟୀ

ଗାଥା ଗୌରବର ଲେଖିବ ଭାରତ

ସେହୁତ ମମତାମୟୀ !!


ଶ୍ରୀୟା ଚଣ୍ଡାଳୁଣୀ କଥାକୁ ଶୁଣିବା

ଲକ୍ଷ୍ମୀ ପ୍ରତି ତା'ର ଭକ୍ତି

ନିଃସ୍ୱାର୍ଥ ଭକ୍ତିରେ ଐଶ୍ୱର୍ଯ୍ୟ ପାଇଲା

ରହିଅଛି ତାର କୀର୍ତ୍ତି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract