Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Abstract Inspirational

4  

Sarojini Jena

Abstract Inspirational

ମାଣବସା ଗୁରୁବାର

ମାଣବସା ଗୁରୁବାର

1 min
275



ଲକ୍ଷ୍ମୀ ଦେବୀ ବିଜେ ଆଜି ମଗୁଶୁରରେ

ଶୁଭ୍ର ଚିତା ଝଟକୁଛି ସଭିଙ୍କ ଘରେ l


ପୂର୍ଣ୍ଣ କରିବେ ମା' ଧନ ସମ୍ପଦରେ

ଏ ଆଶା ରଖିଛି ମନୁଷ୍ୟ ତା ବିଶ୍ୱାସରେ l


ହସୁଛି ଏ ଧରା ପୁଣି ଏ ପଲ୍ହିପୁର

ମା ଙ୍କ ଆବାହନୀ କି ଉପମା ତାର l


ମୁଖେ ହଳଦୀ ସିନ୍ଦୂର କଜ୍ଵଳ ମାଖି

ନାରୀମାନେ ମନାସି ବ୍ରତ ଦେଇ ମା'ଙ୍କୁ ସାକ୍ଷୀ l


ସଂସାର ତାଙ୍କ ସୁଖେ ହସିବା ପାଇଁ

ମା' ଆଶୀର୍ବାଦ ସଭିଏଁ ଲୋଡ଼ନ୍ତି ତହିଁ l


ଧନ ପୁତ୍ର ବତୀ ହେବାକୁ ନିବେଦ୍ୟ କରି

ଅହିସୁଲକ୍ଷଣି ପାଇଁ ପ୍ରାର୍ଥନା କରନ୍ତି ନାରୀ l


ମା'ର ସୁଦୟା ବଳେ ମିଳେ କୃପା ଅପାର

ହସୁ ଥାଇ ଏଇ ପୃଥିବୀ ଏଇ ସଂସାର l


ଚାଷି କୁଳ ଆନନ୍ଦିତ ଦେଖି ଫସଲ

ପୁରାଇବ ହସ ଖୁସି ଝଟକିବ ତାର ମହଲ l


ଦୁନିଆକୁ ଦେବ ପରା ଭୋକେ ଆହାର

ସେଥିପାଇଁ ଏ ମାସ ମଗୁଶୁରଟି ସାର l


ଶସ୍ୟ ସମ୍ପଦରେ ପୁଣି ଧରା ପୁରିଛି

କେତେ ଶୋଭାବିମଣ୍ଡିତେ ମହୀ ଦିଶୁଛି l


ମା' ପୂଜା କରି ସରବେ ସାତ୍ଵିକ ଚିତ୍ତେ

ମା'ଙ୍କ ଆସର ଲୋଡ଼ନ୍ତି ଜୀବନ ସ୍ରୋତେ l


ଲକ୍ଷ୍ମୀ ଦୟା କଲେ ସବୁ ଗୃହ ହସିବ

ସେଥିପାଇଁ ମା'ଙ୍କୁ ସଦା କାଳେ ଜପିବ ।


Rate this content
Log in

Similar oriya poem from Abstract