Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananga Patel

Inspirational

4  

Ananga Patel

Inspirational

ମାଣବସା ଗୁରୁବାର

ମାଣବସା ଗୁରୁବାର

1 min
229



ଆସିଗଲା ମଗୁଶୁର ଲୋ

 ମାଆ ଲକ୍ଷ୍ମୀଙ୍କ ପୂଜା,

ଚାରିଆଡେ ବାନା ଉଡ଼ଇ

ତାଙ୍କ କରୁଣା ଧ୍ୱଜା l

ଶୁଦ୍ଧ ଗୋମୟ ରେ ଲିପନ୍ତି

ନିଜ ଘର ଅଗଣା,

ପ୍ରତ୍ୟୁଷ ବେଳାରୁ ଉଠନ୍ତି

ତ୍ୟାଗୀ ନିଜ ବିଛଣା l

ଅତି ଯତନରେ ପିଠଉ

କରି, କାଟନ୍ତି ଝୋଟି,

ଗାଈ ଘିଅ ଦୀପ ସଜାନ୍ତି

କରିବାକୁ ଆଳତୀ l

ନୂଆଁ ଶୁକ୍ଲ ଧାନ ବିଲରୁ

ଅତି ଯତନେ ଆଣି,

ପୂଜା ପାଇଁ ଥିବା ମାଣରେ

ତାକୁ ରଖନ୍ତି ପୁଣି l

ମାଣ ନ ଥୋଇଣ ପୂଜାଟି

ନୁହେଁ କେବେ ସମ୍ପନ୍ନ,

ମାଣବସା ଗୁରୁବାର ଲୋ

ନାମେ ବିଖ୍ୟାତ ଜାଣ l

ଆଲୋକର ବିନା ଅନ୍ଧାର

କେବେ ନୁହଁଇ ଦୂର,

ଆତ୍ମା ବିନା ଯେହ୍ନେ ଅପୂର୍ଣ୍ଣ

ଅଟେ ଆମ ଶରୀର l

ଡେଣା ବିନା ଯେହ୍ନେ ବିହଙ୍ଗ

ଉଡି ନପାରେ ନଭେ,

ମାଣ ବିନା ଲକ୍ଷ୍ମୀ ପୂଜାଟି

ପୂର୍ଣ୍ଣ ନୁହଁଇ କେବେ l

ମଗୁଶୁର ଗୁରୁବାର ଟି

ମାଣବସାର ନାମେ,

ଚିର ପ୍ରଚଳିତ ଅଟଇ

ପୂଣ୍ୟ ଏ ଧରାଧାମେ l

ପ୍ରତ୍ୟୁଷ ସ୍ନାହାନ ସାରିଣ

ପିନ୍ଧି ଝିନ ବସନ,

ଷୋଳକୋଠି ପଦ୍ମ କାଟନ୍ତି 

ସର୍ବ ସଧବା ଗଣ l

ଶଙ୍ଖ ଘଣ୍ଟ ହୁଳହୁଳି ରେ

ପୁରି ଉଠଇ ଘର,

ଖଟୁଲି ଉପରେ ମାଆଙ୍କ

ମୂର୍ତ୍ତି ଦିଶେ ସୁନ୍ଦର l

ନା ନା ଫୁଲଫଳ ମିଷ୍ଠାନ୍ନ

ଅର୍ପି,ମାଆଙ୍କୁ ଭୋଗ,

ପଦୁଅଁ ଫୁଲରେ ସରାଗ

ଥାଏ ମାଆଙ୍କ ଆଗ l

ଅନାସକ୍ତ ଭାବ ହୃଦୟ

କରି,ପବିତ୍ର ମନ,

ସୁଫଳ ମିଳଇ ଜୀବନେ

କଲେ ମା ଙ୍କୁ ପୂଜନ l

ରାଗ, ହିଂସା, ଦ୍ୱେଷ ବହିଣ

ଯେଉଁ ନାରୀ ପୁଜଇ,

ରୋଷ ବହି ମାଏ ତାଠାରୁ

ଯାଇ ଥାନ୍ତି ଦୁରେଇ l

ନର ଠାରୁ କୀଟ ପର୍ଯ୍ୟନ୍ତ

ଯେତେ ସୃଷ୍ଟିରେ ଜାଣ,

ସରବେ ସମାନ ଅଟନ୍ତି

ମାଆ ଆଖିରେ ଶୁଣ l

ଶ୍ରୀୟା ଚାଣ୍ଡାଳୁଣୀ ପୂଜିଲା

ରଖି ପବିତ୍ର ଭାବ

ତାର ପୂଣ୍ୟଫଳ ତାଠାରୁ

ଆଉ କିଏସେ ନେବ l

ଲକ୍ଷ୍ମୀ ପୁରାଣରେ ଯେତେକ

ଅଛି ନୀତି ନିୟମ,

ପ୍ରାପତ କରିବା ମାଆଙ୍କୁ

କରି ତାର ପାଳନ l

ମାଣବସା ଗୁରୁବାର ରେ

ଆସ ଶପଥ ନେବା,

ଜାତି ଭେଦଭାବ ସମାଜୁଁ

ଆମେ ଦୁରେଇ ଦେବା l

ସମାଜର ମାର୍ଗଦର୍ଶକ

ଅଟେ ଲକ୍ଷ୍ମୀ ପୁରାଣ,

ପବିତ୍ର ମନରେ କରିବା

ଆସ ତାକୁ ଗାୟନ l।



Rate this content
Log in

Similar oriya poem from Inspirational