STORYMIRROR

Prasanna Kumar Madala

Abstract

2  

Prasanna Kumar Madala

Abstract

ମାଣବସା ଗୁରୁବାର

ମାଣବସା ଗୁରୁବାର

1 min
429

ମାଣବସା ଗୁରୁବାର


ଦୁଆର ମୁହଁରେ    ଲେପି ଏ ଗୋମୟ

ଗେରୁଆ ମଣ୍ଡଳ କାଟି

ଅତି ଯତନରେ     ଝୋଟି ଚିତା ସବୁ

ଆଙ୍କିଛି ପିଠଉ ବାଟି

ବ୍ରାହ୍ମମୂହୁର୍ତ୍ତରୁ        ଘର ପରିଚ୍ଛନ୍ନ

କରି ହେଲି ସଦ୍ୟସ୍ନାତା

ନୈବେଦ୍ୟ ସଜାଡି   ପୂଜା ଅର୍ଘ୍ୟ ଦେଲି

ଘେନା କର ଲକ୍ଷ୍ମୀମାତା

ସରସ କରିଛ       ଜୀବନ ଆମର

କରୁଣା ଦେଇଛ ଢାଳି

ସମର୍ଥ କରିଛ      କର୍ମକ୍ଷେତ୍ରେ ଯୁଝି

ହେବାକୁ ସୌଭାଗ୍ଯଶାଳୀ

ହାତଗୋଡ଼ ଆମ     ଚାଲିଥାଉ ମାଆ

ଉଦ୍ଯୋଗେ ନଯାଉ ଥକି

କୁବୁଦ୍ଧି ନପଶୁ       ବସି ଖାଇବାକୁ

ଅପର ଜନଙ୍କୁ ଠକି

ହସି ଉଠୁ ଆମ      ସୁଖର ସଂସାର

ଶାନ୍ତି ପ୍ରୀତି ମୈତ୍ରୀ ବଳେ

ସାଗର ଦୁଲଣୀ     ଲକ୍ଷ୍ମୀ ଠାକୁରାଣୀ

ନତି କରେ ପାଦତଳେ

ବିଷ୍ଣୁ ମନୋହରୀ      ହୃଦୟବାସିନୀ

କର ଗୋ ଆଶିଷ ଦାନ

ଅନ୍ନର ସଂସ୍ଥାନ     ଯୋଗାଇ ସଭିଙ୍କୁ

ଦିଅ ବସ୍ତ୍ର ବାସସ୍ଥାନ

ମାର୍ଗଶିର ମାସ      ଗୁରୁବାର ଆଜି

ଓଡିଆଙ୍କୁ ବଡ଼ ପ୍ରିୟ 

ଆସ ଆସ ମାଆ     ବିରାଜି ସଦନେ

ସନ୍ତୋଷେ ଅଭୟ ଦିଅ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract