STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଣ ଗୁରୁବାର

ମାଣ ଗୁରୁବାର

1 min
363


ପକା ଲୋ ଝୋଟି ବାଟି ଚାଉଳ.

ଆଜି ପରା ମଗୁଶିର ମାଣ ଗୁରୁବାର.

ପକା ଲୋ ଝୋଟି ବାଟି ଚାଉଳ ।


ବହେ ଥଣ୍ଡା ଥଣ୍ଡା ବାଆ ଶୀତୁଆ ସକାଳ.

ଯୋଗାଡ଼ି ରଖିଥା ବେଗି ତୁ ଦୁବ ଚାଉଳ.

ମେଲାଣି ନେଲାଣି ମାତା ହୋଇ ତର ତର.

ଆସିବେ ନଗର ବୁଲି ହେଲାଣିତ ବେଳ.

     ସ୍ନାହାନ କର ସଅଳ।


ଆଙ୍କି ଦେଏ ଲକ୍ଷ୍ମୀ ପାଦ ଆଙ୍କି ଦେ କମଳ.

କମଳିନୀ ନାମେ ସଜ୍ଜା ଖଟୁଲି ସକଳ.

ନୂଆ ଖଟୁଲିରେ ମାଣ ଧାନ ଦେ ଧବଳ.

ନାଲି ପାଟ ନାଲି ସାଲୁ ଭୂଷଣ ତାଙ୍କର.

     ସଜାଡି ଦେଏ ସଅଳ ।


କରିବୁ କ୍ଷୀରି ଖେଚୁଡ଼ି ଭକତି ମନରେ.

ଡାକୁଥିବୁ ଲକ୍ଷ୍ମୀମାତା ଚିନ୍ତି ହୃଦୟରେ.

ଆରିସା କାକରା ମୁଗ ମଣ୍ଡାରେ ଆଦର.

ସନ୍ତୁଷ୍ଟ ପଣରେ ଏକା ଝୁଣା ଧୂପ ତାର.

    ସମର୍ପି ଦେଏ ପୟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational