STORYMIRROR

Gouri Panda

Classics

3  

Gouri Panda

Classics

ମାନିଲେ ଠାକୁର

ମାନିଲେ ଠାକୁର

1 min
179


ମାନିଲେ ଠାକୁର ନ ମାନିଲେ ପଥର

ସେଇ ଅଟନ୍ତି କିନ୍ତୁ ମୂଳ ଏ ସୃଷ୍ଟି ର। 

ସେ କାହାରି କୁ କେବେ କରନ୍ତିନି ପର

କୁହନ୍ତି ନି କାହାକୁ, ମୋତେ ପୂଜା କର। 

ଗର୍ବ,ଅହଂକାରେ ଭରା ମଣିଷ ଜାତି

ନମାନି ଚାଲେ ଦେଖ ଫୁଲାଇଣ ଛାତି। 

ମାନିଲା ବୋଲି ସିନା ଦାସିଆ ବାଉରୀ 

ନଡିଆ ନେଲେ ପ୍ରଭୁ ହାତକୁ ପସାରି। 

ମାନିଥିଲେ ବୋଲି ତ ପ୍ରଭୁ ଙ୍କୁ ଶବରୀ

ଅଇଁଠା କୋଳି ଖାଇଲେ ସେଇ ଶ୍ରୀହରି। 

ମାନିଥିଲେ ବୋଲି ସେ ଭକ୍ତ ପ୍ରହଲ୍ଲାଦ 

ବାହାରିଲେ ସ୍ତମ୍ଭ ରୁ କରି ସିଂହ ନାଦ। 

ଗଜ ଉଦ୍ଧାର କଲେ ଏକା ସେଇ ପ୍ରଭୁ 

ବିପତ୍ତି ଦେଖି ଗଜ ଡାକିଲା ହେ ବିଭୁ। 

କୋଟି ବସ୍ତ୍ର ଦେଇଣ କୁରୁସଭା ତଳେ 

ଦ୍ରୌପଦୀ ମାନ ପ୍ରଭୁରକ୍ଷା କଲେ ବଳେ।

ମାନିଲା ବୋଲି ମୀରା ଜହର ପିଇଲା

ତେଣୁ ଦେଖ ସେ ପ୍ରିୟ ପ୍ରଭୁ ଙ୍କର ହେଲା।

ମାନିଲା ବୋଲି ସେଇ ଭକ୍ତ ସାଲବେଗ 

ଚଳିଲା କି ରଥଚକ ପହଣ୍ଡେ ଆଗ? 

ଏମିତିକା ଅଛନ୍ତି ଅନେକ ଜଗତେ

ଠାକୁର ବୋଲିଣ ନଯାଆନ୍ତି ପରତେ। 

ଧନଗର୍ବେ ହୋଇଣ ହୁଅନ୍ତି ଉଦ୍ଧତ 

ଗର୍ବ ଖର୍ବ ହୋଇଣ ଶେଷେ ହୁଏ ଅନ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics