Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ମାନବିକତାର କରି ଜୟଗାନ

ମାନବିକତାର କରି ଜୟଗାନ

1 min
374



ମଣିଷ ତ ଥିଲା ଶ୍ରେଷ୍ଠ ଜୀବ

ଶ୍ରେଷ୍ଠ ଜୀବ ହୋଇ ରହିବ

ସେଦିନ କରିଥିଲା  ଛଳନା

ଖାଦ୍ଯରେ ବାଣ ଦେଇ ଥିଲା ସିନା

 ମୋ ପାଇଁ ଜୀବନ ଲଗାଇଲା ବାଜି 

କିଏ କହେ ମାନବିକତା ହଜିଛି ।


ମାନବିକତା ର କରି ଜୟ ଗାନ

ବଞ୍ଚାଇବା ଲାଗି ମୋହରି ପରାଣ

ଦୁଃଖ ନଶୁଣିଲ ଆରତ ତାରଣ

ଦୁଇ ମଣିଷ ଙ୍କୁ ଅକାଳରେ ନେଲ

ଜୀବେ ଦୟା ପାଇଁ କିଏ ସେ ଆସିବ ।


ତୁମରି ବାନାର କି ଯଶ ରହିବ

କାନ୍ଦୁଛି ଓଡିଶା କାନ୍ଦେ ଗଛଲତା

ହଜି ତ ଗଲା ଆଜି ସାହାସିକତା

ବନ୍ଯା ବାତ୍ଯାରେ କେ ଆଣିବ ଖବର

ଉଦ୍ଧାରିବା ପାଇଁ ବାହାରିବ କେଉଁ ଦଳ ।


ଶୂନ୍ଯ ମାଆ,ଶୂନ୍ୟ ମାଟି କୋଳ

ସୀମନ୍ତ ବି ଶୂନ୍ଯ ସୀମନ୍ତିନୀ ର

ଅନାଥ ବି ଆଜି ଅବୋଧ ସନ୍ତାନ 

ମୋ ଜୀବନ ଲାଗି ତାଙ୍କୁ ଦେଲ ଦୁଃଖ 

ହଜାଇଲ "ଅରିନ୍ଦମ୍"ସୀତାରାମ

ହେଲା ସିନା ପ୍ରଭୁ ଆମ ଅପଯଶ

ଗୁହାରି ମୋ ଶୁଣ ଆହେ ଭଗବାନ

ନ ଦିଅ କା ଭାଗ୍ଯେ ଏପରି କଷଣ।



Rate this content
Log in

Similar oriya poem from Inspirational