ମାନବିକତା
ମାନବିକତା
ହଜିକି ଯାଇଛି ମଣିଷ ଭିତରେ
ମାନବିକ ମୂଲ୍ୟବୋଧ ,
ଘୃଣା ପ୍ରତାରଣା ପ୍ରଚ୍ଛଦ ପଟରେ
ମନ ଆମ ଅବରୋଧ ।
ହଜି ଯାଉଅଛି ମଣିଷ ଭିତରୁ
ମଣିଷ ପଣିଆ କାହିଁକି ,
ମୁନୀ ଋଷି ବେଦ ଉପନିଷଦ କି
ଆଉ ଆଜିକାଲି ନାହିଁ କି ?
ସେଇ ବାପମାଆ ସେହି ଦାଦାଖୁଡ଼ୀ
ଜେଜେ ଆଈ ଆମ ଦେବତା ,
ଯୌଥ ପରିବାର ଆମ ସଂସ୍କୃତିର
ପରମ୍ପରା ଆଉ ସଭ୍ୟତା ।
କେତେ ଲୁହ ଲହୁ ନିଗାଡି ଦେହରୁ
ସେବା କରିଛନ୍ତି ଆମର ,
ଆଜି ତାଙ୍କ ଦେହ ରୋଗ ବ୍ୟାଧି ପାଇଁ
ଅଲୋଡ଼ା ପଡିନ୍ତି କାମର ।
ଜୀବ ଜନ୍ତୁଟିଏ ଦେଖିଲେ କାହିଁକି
ଦୟା ଆସୁନାହିଁ ମନରେ,
ସେବା ପୂଣ୍ୟ ଫଳ ମିଳିଥାଏ ପରା
ଦାନ ଧର୍ମ ଆଉ କର୍ମରେ ।
ପ୍ରକୃତିର ସେବା ସ୍ୱଚ୍ଛ ନିର୍ମଳତା
ଵୃକ୍ଷ ସେବା ଜଳ ଦାନରେ,
ଧର୍ମ ଶାସ୍ତ୍ର ଆଉ ପୋଥି ପୁରାଣକୁ
ହେଜୁ ନାହିଁ ଆଉ ମନରେ ।
ପାଶ୍ଚାତ୍ୟ ସଭ୍ୟତା ମଣିଷ ମନରେ
ସୃଷ୍ଟି କରିଅଛି ଭ୍ରାନ୍ତି ,
ଅର୍ଥ ଆଳସ୍ୟତା ସୁଖ ସ୍ୱାଛନ୍ଦରେ
ନାହିଁ ଆଉ ମନେ କ୍ରାନ୍ତି ।
ମାନବ ସେବାହିଁ ମାଧବର ସେବା
ଏହି ଆମ ମାନବିକତା,
ଜାତି ଧର୍ମ ବର୍ଣ୍ଣ ସର୍ବ ନିର୍ବିଶେଷେ
ସବୁ ଉର୍ଦ୍ଧ୍ବରେ ମହାନତା ।
