STORYMIRROR

Pratima Satpathy

Crime

4  

Pratima Satpathy

Crime

ମାନବିକତା ହୀନ ମାନବର ପରିଚୟ

ମାନବିକତା ହୀନ ମାନବର ପରିଚୟ

1 min
14


ମନୁଷ୍ୟ ଦେହରେ ଦିବ୍ୟଜ୍ଞାନ ଦେଇ 

    ସୃଷ୍ଟି କରିଲେ ବିଧାତା

ସ୍ୱାର୍ଥପର ହୋଇ ମନୁଷ୍ୟ ଭୁଲଇ

    ନିଜର ମାନବିକତା।

କାମନା, ବାସନା ଲାଳସାରେ ମାତି

    କରୁଅଛି ଅପକର୍ମ

ହିଂସା, ଦ୍ୱେଷ, କ୍ରୋଧ, ବଶବର୍ତ୍ତୀ ହୋଇ

    ହଜାଏ ମାନବ ଧର୍ମ।

ପଶୁପ୍ରବୃତ୍ତିରେ ବ୍ୟଭିଚାର କରେ

    ରାକ୍ଷସ ପାଲଟିଯାଏ

ରାଜରାସ୍ତା ପରେ ନିରୀହ ବାଳିକା

   ଧର୍ଷିତା ଯେ ହୋଇଥାଏ।

ସମାଜରେ ସେହି କଳଙ୍କିନି ଆଖ୍ୟା

    ପାଇ କରେ ଆତ୍ମହତ୍ୟା

ଏପରି କଷଣ, ଶୋଷଣ କିପରି

    ସହିବେ କୁହ ଜନତା।

ରାଜନୀତି ଖେଳ, ଅର୍ଥ, ବାହୁବଳ

   ପାଇ ସେ କରେ ଦୁର୍ନୀତି

ଘଟେ ହିଂସାକାଣ୍ଡ, ଚାଲଇ ଅଶାନ୍ତି

   ଚାଲେ ଚୋରୀ ଡକାୟତି।

ବିଷ ବଳୟରେ ରହିଛି ମନୁଷ୍ୟ

   କରୁଅଛି ହୀନ କର୍ମ

ସତ୍ୟ, ଶାନ୍ତି, ଦୟା, କ୍ଷମାକୁ ଭୁଲିଣ

     ଅଧର୍ମରେ କାଟେ ଦିନ।

ପରସ୍ପର ମଧ୍ୟେ ଗଣ୍ଡଗୋଳ ହୁଏ

   ଚାଲେ ପୁଣି ଗୁଣ୍ଡାରାଜ

ସମାଜେ ବୋଲାଇ ବଡ଼ପଣ୍ଡା ସେହି

   ଶୋଷନ୍ତି ନିରୀହ ରକ୍ତ।

କାମାନ୍ଧ ହୋଇ ସେ ପରନାରୀ ହରେ

      ଯେବେ ଧରାପଡ଼ିଯାଏ 

ଗୋଡେଇ ଗୋଡେଇ ପିଟନ୍ତି ଜନତା

    କିଛି ଉପାୟ ନପାଏ।

ନାରୀ ନିର୍ଯ୍ୟାତନା ଦିଅଇ ଯାତନା

   ନିର୍ଯ୍ୟାତିତ ହୋଇଥାନ୍ତି

ଏହିପରି କିଛି ଦୁଷ୍ଟ ଲୋକ ପାଇଁ

   ସମସ୍ତେ ନିନ୍ଦା ପାଆନ୍ତି।

କଳୁଷ କାଳିମା ହେଲେ ଦୂରୀଭୂତ

    ରହିବେ ଲୋକ ଶାନ୍ତିରେ

ମାନବ ଜୀବନ ହୋଇବ ସାର୍ଥକ

    କଲେ ସମାଜ ସେବାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime