STORYMIRROR

Chittaranjan Nanda

Classics Inspirational

3  

Chittaranjan Nanda

Classics Inspirational

ମାନବିକ ଅଧିକାର ଦିବସେ

ମାନବିକ ଅଧିକାର ଦିବସେ

1 min
139


ସ୍ନେହ ପ୍ରେମ ଦୟା ଧୈର୍ଯ୍ୟ ତ୍ୟାଗ

କ୍ଷମା ଆଭୂଷଣ ମଣିଷର

ବିନମ୍ର ସ୍ଵଭାଵ ଭକ୍ତିଭାବ ହୃଦୟରେ 

ଥାଏ ନିରନ୍ତର 


ସହନଶୀଳତା ନିସ୍ଵାର୍ଥପରତା ସବୁ

ଯେତେ ଦିବ୍ୟ ଗୁଣ

ମଣିଷର ଅଛି ଆତ୍ମ ବିଶ୍ଳେଷଣ, କର୍ମ

ପ୍ରବଣତା ମହନୀୟ ଗୁଣ


ସତ୍ୟ ବାଣୀ ମାର୍ଜିତ ଚଳଣି ମଣିଷର

ପରା ରହି ଥାଏ

ହୀନ ସ୍ୱାର୍ଥ ଅବା ଅସହିଷ୍ଣୁ ଭାବ ମଧ୍ୟ

ମନେ ରହି ଥାଏ


ମଣିଷ ନିଜ ସ୍ୱାର୍ଥ ଓ ଛଳନାରେ 

ହୋଇଲା ଅନ୍ଧ

ତେଣୁ ତାହାର ମଧ୍ୟେ ପଶିଲା ହିଂସ୍ରତ୍ୱ

ପଶୁତ୍ବର ଗନ୍ଧ


ମଣିଷ ମଣିଷ ମନ ମଧ୍ୟରେ ଭୁଷୁଡୁଲା 

ବନ୍ଧ, ବିଶ୍ୱାସର 

ପାଶବିକ ଲାଳସାରେ ବଳି ପକାଇଲା 

ବଳବାନ, ଅନ୍ୟ ମଣିଷର


ପ୍ରତାରଣାର ମାୟାର ଅନ୍ଧାର ଗ୍ରାସି ନେଲା

ମଣିଷତ୍ୱର ସବୁତକ ବାସନା

ସ୍ୱାର୍ଥ ଗଣିତରେ କଷିଲା ମଣିଷ ସମ୍ପର୍କ ସବୁ

ଭାଗ୍ଯ ଓ ଭବିଷ୍ଯର ଛଳନା


ସ୍ବାର୍ଥରେ ଜଡିତ ହୋଇ ଜାତିରେ ଜାତିରେ 

ଧରମ ନାମରେ

ଲଢା ଲଢି ହୋଇ ଲୋପ ହେଲା ମଣିଷତ୍ୱ

ଯାହା ଥିଲା ପାର୍ଶ୍ୱରେ


ପୁରୁଷକୈନ୍ଦ୍ରିକ ଅନ୍ଧତ୍ୱରେ ନାରୀ ଉପରେ

ପୁରୁଷ କଲା ଅତ୍ୟାଚାର

ମଣିଷ ଗୁଡାକ ସୁଖର ସପନ ଟଳମଳ ହେଲା,

ସୁରକ୍ଷାର ହେଲା ଦରକାର


10 ଡିସେମ୍ବର, ଆମେ ଜଗତଯାକ ପାଳୁଛେ 

ମାନବିକ ଅଧିକାର ଦିବସ

ମଣିଷର ମୌଳିକ ଅଧିକାର ଗୁଡିକୁ ମାନ ଦିଆ 

ହୋଇଥିଲା 1948 ବରଷ


ବଞ୍ଚିବାର ଆଶା, ଶୋଷଣ ଦ୍ୱାରା ଏଠି ଯେବେ 

ଯାଉଛି ମଉଳି 

ଲଢିବା ଏକାଠି ହୋଇ, ବାଳିକାଟି ବଳାତ୍କାରେ 

କ୍ଷତାକ୍ତ ହୋଇ, ପଡୁଛି ଝାଉଁଳି 


ମନେ ରଖ, ଜୀବନଟା ନୁହେଁ ଖାଲି ରାତି, ଦିନ, 

ମାସ ଅବା ବରଷ

ମାନବିକ ଅଧିକାର, ଲମ୍ବା ଏକ ଚଲାପଥ, ଭରି 

ରଖିବା ଆମେ ବିଶ୍ୱାସ 


ମଣିଷର ସୁରକ୍ଷା ପାଇଁ ଲଢିବା, ଏକତା ହେଉଛି 

ଆମର ଲକ୍ଷ୍ୟ 

ଦଳ ନୁହେଁ, ମଣିଷ ସମାଜର ସ୍ୱାର୍ଥ ପାଇଁ ଲଢିବା, 

ହେଉ ସମସ୍ତଂକର ମୁଖ୍ୟ.


ମାନବ ଅଧିକାର ସୁରକ୍ଷାର ଆକାଂକ୍ଷାର ବାଟ 

ମଣିଷର ଏବେ ବି ପ୍ରତୀକ୍ଷିତ

ରାତି ପାହିନାହିଁ ଏ ଯାବତ୍ ସିନ୍ଦୂରା ଫାଟିଛି ମାତ୍ର, 

ଭୋର୍ ହେବାକୁ ବାକି କିଛି ମୁହୂର୍ତ୍ତ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics