STORYMIRROR

Debabrata Mishra

Abstract Others

4  

Debabrata Mishra

Abstract Others

ମାନବ

ମାନବ

1 min
243


ଈଶ୍ବରଙ୍କ ଦୟାରୁ ଶ୍ରେଷ୍ଠହୋଇ 

ଯୁଗେଯୁଗେ ସଭ୍ୟତାର ବାର୍ତ୍ତାବହ ସାଜି 

ମହାନ୍ ସଂସ୍କୃତିର ସଂରକ୍ଷଣ ଦାୟିତ୍ୱ ନେଇ

ସମାଜକୁ ସମନ୍ୱିତ କରି ରଖିବା ଶପଥ ନେଇ

ଜୀବଜଗତକୁ ଧରଣୀକୁ ସୁସ୍ଥ ସୁନ୍ଦର କରିବା ଲକ୍ଷ୍ଯରେ

ଆଗେଇ ଚାଲିଛି ବିଜ୍ଞାନ ସହ ଜ୍ଞାନର ସାହା ଓ ଭରସାରେ ।


କେବେ ଚିନ୍ତା କରି ଦେଖିବାକୁ ସମୟ ମଧ୍ଯ ନାହିଁ

ସେ କେତେ ଆଗକୁ କେତେ ପଛକୁ ଯାଉଛି

କେତେ ଜିତୁଛି କେତେ ହାରୁଛି

ବଞ୍ଚିବା ଲକ୍ଷ୍ଯ ତ ପୂରଣ କରୁଛି କିନ୍ତୁ... 

କିନ୍ତୁ ବଞ୍ଚାଇବାର ଦାୟିତ୍ୱ କର୍ତ୍ତବ୍ଯ ଭୁଲିଯାଇନି ତ

ସବୁଜ ବନାନୀ ଆଜି କ୍ଷତବିକ୍ଷତ କ୍ରନ୍ଦନରତ

ପଶୁପକ୍ଷୀ ଜୀବଜନ୍ତୁ ଅନେକ ହେଲେଣି ବିଲୁପ୍ତ

ଈଶ୍ବରଙ୍କ ମନରେ କ୍ଷମା ନାହିଁ ଆଉ 

ଏ ମାନବ ରୂପୀ ଜୀବ ନିମନ୍ତେ 

ରାକ୍ଷସ ଆଉ କିଏ କି ତୁମେ ଦେଖିଥିବା 

ଅନେକ ଧାର୍ମିକ ଧାରାବାହିକରେ ଶିଙ୍ଘଲଗା ଚରିତ୍ର 

ଅବା ପିଲାମାନେ ଭିଡିଓ ଗେମରେ ଦେଖୁଥିବା ଡ୍ରାଗନ

ରାକ୍ଷସ ଏହି ସୁନ୍ଦର ବସ୍ତ୍ର ପରିଧାନେ ମାନବ ।


ରାକ୍ଷସ ପାଲଟି ଯାଇଛି ନିଜ ଜୀବନ ଲୋଭରେ

ଖାଇବା ପିଇବା ଶୋଇବା ଆଉ ବିଳାସପୂର୍ଣ୍ଣ ଜୀବନ

ଆଉ ବାକି ଯାହା ତା ମନରେ ରହିଥିବା

ସୁପ୍ତ ଗୁପ୍ତ ଇଛା ଚରୀତାର୍ଥ ପାଇଁ

ହତ୍ଯା କରିଚାଲିଛି ଜୀବଜନ୍ତୁ, ଜଙ୍ଗଲ,

ଓ ପାହାଡ଼ ଓ ନଦୀସାଗର କେତେ

ପ୍ରକୃତି ସହ ଅନବରତ ଯୁଦ୍ଧରେ ସେ

ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ଖୋଜୁଛି ନୂତନ ସଭ୍ୟତା

ମୋଟର ଗାଡ଼ିର ଧୂଆଁ ରେ

କଙ୍କ୍ରିଟ୍ ଚଉଡ଼ା ରାସ୍ତା ରେ ବିକାଶ ଖୋଜୁଛି

ପରମାଣୁ ଅସ୍ତ୍ର ନିର୍ମାଣ ରେ ଶକ୍ତିର ପ୍ରଦର୍ଶନ

ଓ ସୁରକ୍ଷା ଚିନ୍ତା ନିଜର ନିଜର ପ୍ରକୃତି କଥା କାହିଁ?

କାହା ପାଇଁ କେବଳ ନିଜପାଇଁ ଇଏ ରାକ୍ଷସ ନୁହେଁ ତ କ'ଣ ..!


କିଏ ଅଧିକାର ଦେଲା ନଦୀକୁ ପୋତି

ବିରାଟ ସେତୁ ନିର୍ମାଣ ପାଇଁ

ଅନେକ ପର୍ବତ ଆଜି ଶ୍ରୀହୀନ

ଅନେକ ନଦୀ ଜଳହୀନ ଦିଶୁଛି

କେମିତି ଏ ଶ୍ରେଷ୍ଠଜୀବ ଏହା କ'ଣ ଶ୍ରେଷ୍ଠ 

ସହର କେବେ ବି ପ୍ରକୃତିର ସୁରକ୍ଷା ଦେବନି

ଗାଁ ହିଁ ହୋଇପାରେ ପ୍ରକୃତିର ପ୍ରକୃତ ସୁରକ୍ଷା କବଚ

ମାନବ କେବଳ ନିଜ ସ୍ୱାର୍ଥ ରେ ବଞ୍ଚିଛି

ବଞ୍ଚିବାର ଚେଷ୍ଟା ରେ ଅଛି ଓ ରହିଥିବ। 



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract