ମାନବ ସେବା
ମାନବ ସେବା
ମାନବ ସେବା ହିଁ ମାଧବ ସେବା
ଅଟଇ ଜୀବନର ମହାବ୍ରତ,
ଯିଏ କରିଛି ସିଏ ଜାଣିଛି
ଧନ୍ୟ ତାହାର ପିତା ଆଉ ମାତ l (1)
କରିଥିଲେ ସେବା ଉତ୍କଳ ମଣି
ନିଜ ସଂସାରକୁ ଯେ ଭୁଲିଯାଇ,
ଦୁଃଖୀ ଦରିଦ୍ରଙ୍କ ସେବା କରିବାକୁ
ଅନୁଷ୍ଠାନ ଗଢ଼ିଥିଲେ ସେହି l (2)
ବକୁଳ ବନର ପଞ୍ଚସଖାଙ୍କର
ମାନବ ସେବା ଥିଲା ଉଦ୍ଦେଶ୍ୟ,
ଛାତ୍ରଙ୍କୁ ଶିଖାଇ ବିଦ୍ୟାଳୟରେ
ଗଢୁଥିଲେ ବହୁ ଉତ୍ତମ ଶିଷ୍ୟ l (3)
ସେବା ହିଁ ଧର୍ମ ସେବା ଅଟେ କର୍ମ
ସେବା ଥିଲା ତାଙ୍କ ପୂଣ୍ୟ କାର୍ଯ୍ୟ,
ସେବା କରି ଅମର ଯେ ହୋଇଲେ
ଯୁଗ ଯୁଗକୁ ସେମାନେ ପୂଜ୍ୟ l (4)