STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

1 min
434

କାହିଁକି କେଜାଣି ସମସ୍ତେ କୁହନ୍ତି

ସବୁଠି ଠାକୁର ଅଛନ୍ତି

ଯେତେବେଳେ ପାପ କର୍ମ କରୁଥାନ୍ତି

ଏ କଥାକୁ ଭୁଲି ଯାଆନ୍ତି,


ପୂଜକ କହୁଛି ମନ୍ଦିର ଭିତରେ

ଠାକୁର ସର୍ବଦା ରୁହନ୍ତି

ଠାକୁରଙ୍କ ନାମ ନେଇ ସେ ଭକ୍ତ ଙ୍କୁ

ଲୁଟିବାରେ ଖାଲି ଲାଗନ୍ତି,


ଠାକୁର ଙ୍କ ନାମେ ମିଛ ସତ କହି

ଚାନ୍ଦା ଭେଦା ମାଗି ବୁଲନ୍ତି,

ସରଳ ବିଶ୍ୱାସ ର ଫାଇଦା ଉଠେଇ

ନିଜର ସମ୍ପତି ବଢାନ୍ତି,,


ଘରେ ଠାକୁର ବାହାରେ ଠାକୁର

ସବୁଠି ଠାକୁର ଅଛନ୍ତି

ଯେତେ ଯାହାକର ଯାହା ବି କର

ଭକ୍ତିରେ ଠାକୁର ମିଳନ୍ତି,


ଧର୍ମୀ ବି ମରିବେ ପାପୀ ବି ମରିବେ

ମର୍ତ୍ତ୍ୟ ପୁରେ ସବୁ ମରିବେ

ମାନବ ସେବା ହିଁ ମାଧବ ସେବା

ଏଇ କଥା ମନେରଖିବେ,


Rate this content
Log in

Similar oriya poem from Inspirational