STORYMIRROR

Gyanendriya Dash

Inspirational

4.0  

Gyanendriya Dash

Inspirational

ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

1 min
186



       ମାନବ ସେବାହିଁ ମାଧବ ସେବା,

       ଆସ ଆଜି ଆମେ ଶପଥ ନେବା

   ସେବା-ଦୟା-କ୍ଷମା        ଭୁଲିବାନି ଜମା

       ପର ଉପକାରେ ଜୀବନ ଦେବା

       ମାନବ ସେବାହିଁ ମାଧବ ସେବା ।

        

        ପ୍ରକୃତି ରକ୍ଷା ହିଁ ମଣିଷ ଧର୍ମ,

        ମାନବ ସେବାତ ଆମରି କର୍ମ               

     ଦୁଃଖୀ-ରଙ୍କି କେହି       ଭୋକିଲା ନ ରହି

        ଆମରି ଦେଶକୁ ଆମେ ଗଢ଼ିବା

        ମାନବ ସେବାହିଁ ମାଧବ ସେବା ।

    

     

        ସାମାଜିକ ପ୍ରାଣୀ ସଭିଏଁ ଆମେ, 

        ଯୋଡ଼ିହେବା ଆସ ସମାଜ କାମେ 

     ହିଂସା-ଦ୍ଵେଷ-ଘୃଣା      ଜାତି-ଧର୍ମ ଭୁଲି

         ଭାରତ ମାଆର ସେବା କରିବା

         ମାନବ ସେବାହିଁ ମାଧବ ସେବା ।

         

         ଗୋପବନ୍ଧୁ ଦାସ ଉତ୍କଳମଣୀ,

         ତାଙ୍କ ପଥେ ଆମେ ହେବା ଅଗ୍ରଣୀ

     ସୁସ୍ଥ ପରିବେଶ         ଦେଖିବ ଜଗତ

         ବିଶ୍ଵଗୁରୁ ଆମେ ପୁଣି ହୋଇବା

         ମାନବ ସେବାହିଁ ମାଧବ ସେବା ।


Rate this content
Log in

Similar oriya poem from Inspirational